ହେଡଲାଇନସ୍:

କି ବର୍ବର ଏଇ ସ୍ୱାମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/ ଦିଲ୍ଲୀପ ମହାନ୍ତି :  ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଲା ସ୍ୱାମୀ।। ଧରା ନ ପଡିବା ପାଇଁ ମୃତ୍ୟୁ ଶରୀରକୁ ପାଖ ଜଙ୍ଗଲରେ ଫୋପାଡ଼ି ଦେଲା।। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା, ମୋରଡ଼ା ଥାନା ଅଧିନ ପୂର୍ଣଚନ୍ଦ୍ରପୁର ଅଂଚଳରେ।। ସୂଚନା କ୍ରମେ ପୂର୍ଣଚନ୍ଦ୍ରପୁର ଅଂଚଳର ଜେନା ଭକ୍ତା ଲେବର କାମ କରିବା ପାଇଁ ପାରାଦୀପ ଅଞ୍ଚଳକୁ ଯାଇଥିଲା | ସେଠାରୁ ସେ କେନ୍ଦ୍ରାପଡା  ଜିଲ୍ଲା ଛପାଲି ଅଂଚଳର ଗୋଲାପୀ ଭକ୍ତାଙ୍କୁ ବିବାହ କରି ଆଣିଥିଲେ । ହେଲେ ଜେନା ଭକ୍ତା ଙ୍କ କହିବା ଅନୁଯାୟୀ ଗତକାଲି ରାତ୍ରି ସମୟରେ ଘରେଇ କଥା କୁ ନେଇ ବଚସା ହୋଇଥିଲା ଦୁଇଙ୍କ ଭିତରେ, ପରେ ରାଗରେ ତାଙ୍କୁ ଏକ କାଠ ଫାଳିଆ ଦ୍ୱାରା ପିଟି ପିଟି ମାରିଥିଲେ,।

ଗୋଲାପୀ ଭକ୍ତାଙ୍କ ମୃତ୍ୟ ହେଲାପରେ କାଳେ ଧରା ନ ପଡୁ ଆଜି ଭୋର ସମୟରେ ମୃତ୍ୟୁ ଶରୀରକୁ ପାଖ ଜଙ୍ଗଲ ରେ ନେଇ ପତ୍ର ଡାଳ ଦ୍ୱାରା ଘୋଡେଇ ରଖି ପଳେଇ ଆସିଥିଲେ। ଗ୍ରାମ ଲୋକେ ଦେଖି ମୋରଡ଼ା ଥାନା କୁ ଖବର ଦେବାପରେ। iic ଜଗେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥାନରେ ପହଂଛି, ତଦନ୍ତ ଜାରି ରଖିବା ସହିତ ଆସାମୀ ସ୍ୱାମୀ ଜେନା ଭକ୍ତା ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

0
0
0
s2sdefault