ହେଡଲାଇନସ୍:

ଟାଏକୁଣ୍ଡୁ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନାଗଡ/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲା ଟାଏକୁଣ୍ଡୁ  ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲ୍ଲା ତାଇ ଟାଏକୁଣ୍ଡୁ ତାଲିମ୍ କେନ୍ଦ୍ର ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଭବାନୀ ପାଟନା ଜେ କେ ଡାନ୍ସ ସ୍କୁଲର୍ ଶିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜୁନାଗଡ କଳା ବିକାଶ କେନ୍ଦ୍ର ର ମୁଖ୍ୟ ମାନସ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ |  ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ସ୍ଵୟମଶିବ ସାହୁ ପ୍ରାରମ୍ଭରେ ନିଜ କଳା ପ୍ରଦର୍ଶନ କରିବା ପରେ ରାଜ୍ୟ ଟାଏକୁଣ୍ଡୁ  ସଂଘ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜଙ୍କ ତତ୍ତ୍ଵାବଧାନରେ ବେଲ୍ଟ ପରୀକ୍ଷା ଆରମ୍ଭ ହୋଇ ଥିଲା |  କଳାହାଣ୍ଡି ଟାଏକୁଣ୍ଡୁ  ସମ୍ପାଦକ ବବ୍ରୁ ବାହାନ ବୁଦ୍ଧିଆ ଏହାକୁ ସହଯୋଗ କରି ଥିଲେ | ପରେ ଦ୍ଵିତୀୟ ଅଧିବେଶନରେ କଳାହାଣ୍ଡି ଜିଲ୍ଲା ସଭାପତି ସନ୍ଦୀପ ସାହୁଙ୍କ ତତ୍ତ୍ଵାବଧାନରେ ବେଲ୍ଟ ପରିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା.|  ମୁଖ୍ୟ ଅତିଥି ଭାବେ ଭବାନୀ ପାଟଣା ପୌର ପରିଷଦର ପୂର୍ବତନ ନଗରପାଳ  ଆଦିତ୍ୟ ନନ୍ଦ କୃତି ପ୍ରତିଯୋଗୀମାନଙ୍କୁ ବେଲ୍ଟ ପ୍ରଦାନ କରି ଥିଲେ|. ଏହି ପରୀକ୍ଷା ରେ ଜୁନାଗଡ, ଭବାନୀପାଟନା. କଲମପୁର୍. ଥୁଆମୂଳରାମପୁର. ମଦନପୁର୍ ରାମପୁର, କେସିଙ୍ଗା. ଧର୍ମଗଡ଼, ନର୍ଲା ଓ ଗୋଲାମୁଣ୍ଡା ର ପ୍ରାୟ 120 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ |  ସମସ୍ତ କାର୍ଯ୍ୟକ୍ରମକୁ ସଂଘର କୋଚ୍ ର ଦେବବ୍ରତ ଦୂର୍ଗା, ଡି ବଲରାମ,  ଅବିନାଶ ପଟ୍ଟନାୟକ ଓ ସୁନୀଲ ପୁଝାରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

 

0
0
0
s2sdefault