ହେଡଲାଇନସ୍:

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ଼-ରାଧାକାନ୍ତ ମଠ ପରିସରରେ  ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ  ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଲ୍ୟଲୀଳା ସମ୍ପର୍କିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

      ପରିଷଦର ଜିଲ୍ଲା ସଭାପତି ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ମହନ୍ତ ମହାରାଜ ସୀତାରାମ ଦାସଜୀ , ରବୀନ୍ଦ୍ର ଦାସଜୀ , ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ  ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ର ମହତ୍ତ୍ୱ , ଧରା-ପୃଷ୍ଠରେ ତାଙ୍କର ଜନ୍ମ-ବୃତ୍ତାନ୍ତ , ବାଲ୍ୟ ଲୀଳା , ଶ୍ରୀରାଧାଙ୍କ ସହ ତାଙ୍କର ଶାଶ୍ୱତ ପ୍ରେମ , ଅତ୍ୟାଚାରୀ କଂସ ଠାରୁ ମଥୁରା ନଗରୀ ମୁକ୍ତି  ଅର୍ଜୁନଙ୍କ ମାଧ୍ୟମରେ  ମାନବ ସମାଜକୁ ଶ୍ରୀମଦ ଭାଗବତ ଗୀତା ଉପରେ ଉପଦେଶ  ଏବଂ ଧର୍ମର ସଂସ୍ଥାପନ ପ୍ରଭୃତି ଉପରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ ।

       ପରେ  ମଠ ପରିସରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଝୁଲଣ ମଣ୍ଡପରେ ଠାରେ ଛୋଟ କୁନିକୁନି ପିଲାଙ୍କ ମଧ୍ୟରେ ଶ୍ରୀ-ରାଧା ଓ କୃଷ୍ଣ ବେଶ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

    କୁନିକୁନି ପିଲାମାନେ ରାଧା ଓ ଶ୍ରୀକୃଷ୍ଣଙ୍କ ବିଭିନ୍ନ ପ୍ରକାରର ଆକର୍ଷଣୀୟ ବେଶ-ଭୂଷାରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପିଲାମାନେ ରାଧା ଓ କୃଷ୍ଣମୟ ପରିବେଶ ସୃଷ୍ଟି କରି  ଉପସ୍ଥିତ ଶହ ଶହ  ଅଭିଭାବକ ଓ ଜନସାଧାରଣ ଙ୍କ ମନ ମୋହିଥିଲେ । ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ପରିସର ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ-ମୟ ସୃଷ୍ଟି ହୋଇ ପଡ଼ିଥିଲା । 

      ଏହି ପ୍ରତିଯୋଗିତାରେ ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଏବଂ ଇନ୍ଦିରା ପଟ୍ଟନାୟକ ବିଚାରକ ଭବେ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଭାରତ ଭୂଷଣ ମହାନ୍ତି  , ଗୁରୁ କୈଳାଶ ପଟ୍ଟନାୟକ ଏବଂ ଶିକ୍ଷାବିତ୍ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ ।

 

0
0
0
s2sdefault