ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ‘ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯’ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ପାଇଁ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏକଲବ୍ୟ ସ୍କୁଲ ଅଧ୍ୟକ୍ଷ ଡ. ଅମ୍ବିକା ପ୍ରସାଦ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସଂନ୍ଧ୍ୟାରାଣୀ ମାଝି ମୁଖ୍ୟ ଅତିଥି, ଖରିଆରରୋଡ ଏନଏସି ପୂର୍ବତନ ଅଧ୍ୟକ୍ଷା ସୁନିତା ଜୈନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରତ୍ୟେକ ପ୍ରତିଯୋଗୀତାରେ ରାଜ୍ୟ ସ୍ତରକୁ ଗୋଟିଏ ଲେଖାଏଁ ଗୃପ ଏବଂ ଏକକ ଦଳ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ସଂଙ୍ଗୀତ ପ୍ରତିଯୋଗୀତାରେ ବିଚାରକ ଭାବେ ରାମେଶ୍ୱର ଦାସ ଓ ଦୀପକ ମିଶ୍ର ଏବଂ ନୃତ୍ୟ ପ୍ରତିଯୋଗୀତାରେ ବିଚାରକ ଭାବେ ଟିଟିଲାଗଡର ମାଷ୍ଟର ଟୁଲୁ ଓ ନୂଆପଡାର ମାଷ୍ଟର ଅମନ ଦାୟିତ୍ୱ ତୁଳାଇଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ବି.କେ ରଶ୍ମୀତା ମଞ୍ଚ ପରିଚାଳନା କରିଥିବା ବେଳେ ଶିବାନନ୍ଦ ରାଉତରାୟ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

 

0
0
0
s2sdefault