ହେଡଲାଇନସ୍:

ପଣ୍ଡିତ ଗୋପୀନାଥ   ନନ୍ଦଙ୍କ ରାଜ୍ୟ-ସ୍ତରୀୟ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ କାଳଜୟୀ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା ପଣ୍ଡିତ- ଗୋପୀନାଥ ନନ୍ଦଙ୍କ ରାଜ୍ୟ- ସ୍ତରୀୟ ଜୟନ୍ତୀ  ଏବଂ ଆମ ଗାଁ ଆମ ସାହିତ୍ୟ" କାର୍ଯ୍ୟକ୍ରମ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ  ଅନୁଷ୍ଠିତ ହୋଇ-ଯାଇଛି ।

        ଏକାଡେମୀର ଜିଲ୍ଲା ସଧାରଣ ପରିଷଦ ସଦସ୍ୟ ବଳରାମ ନାଗାଙ୍କ  ସଭାପତିତ୍ୱରେ ବିଶିଷ୍ଠ ସାହିତ୍ୟିକ ଓ ଗବେଷକ ତଥା ଉପାନ୍ତ ପ୍ରହରୀ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାରେ ସ୍ବତନ୍ତ୍ର ସ୍ଥିତି ଓ ମର୍ଯ୍ୟାଦା ବଞ୍ଚାଇ ରଖିବା ପାଇଁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଐକାନ୍ତିକ ଉଦ୍ୟମ ଅତୀବ ପ୍ରଶଂସନୀୟ । 

ଓଡ଼ିଆ ଭାଷା- ତତ୍ତ୍ଵ , ଶବ୍ଦତତ୍ତ୍ୱ-ବୋଧ ଅଭିଧାନ ପଣ୍ଡିତ ଗୋପିନାଥଙ୍କ ଗଭୀର ଅନୁସନ୍ଧିତ୍ସ୍ୟା ଓ ଅସାଧାରଣ ଅଧ୍ୟବସାୟର ଫଳ ବୋଲି କହିଥିଲେ ।

   ଏହି କାର୍ଯ୍ୟକ୍ରମ ଅବସରରେ  "ଆମ-ଗାଁ  ଆମ-ସାହିତ୍ୟ" କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିରେ ଜନ୍ମିତ ଯୁଗଜନ୍ମା ସାହିତ୍ୟିକ ମାନଙ୍କ ସାହିତ୍ୟ-କୃତି ଉପରେ ବିଶେଷ ଆଲୋଚନା ହୋଇ  କିଭଳି ଦିଗ୍ ଦର୍ଶନ ଦେଇ ଯାଇଛନ୍ତି ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା ।

      ଉଦ୍ ଘାଟକ ଶିକ୍ଷାବିତ୍ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ କନ୍ଧମାଳ ଜିଲ୍ଲା ଏକାଡେମୀର ସଦସ୍ୟ  ବିଦେଶୀ ନାୟକ ପ୍ରମୁଖ ଯୋଗ ଦେଇ  ପଣ୍ଡିତ ଗୋପୀନାଥ ନନ୍ଦ  ଏକାଧାରରେ  ଜଣେ    ଉଚ୍ଚକୋଟୀର ଗଦ୍ୟକାର , ନାଟ୍ୟକାର ,  ସମାଲୋଚକ , ଭାଷାତତ୍ତ୍ଵବିତ୍ ଓ ବ୍ୟାକରଣ ପଣ୍ଡିତ ଅନନ୍ୟ ପ୍ରତିଭାର  ଅଧିକାରୀ ଥିଲେ ବୋଲି କହିଥିଲେ । ଅନ୍ୟପକ୍ଷରେ  ସାରଳା ମହାଭାରତର ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ଗ୍ରନ୍ଥ , ଶ୍ରୀ-ଭାରତ ଦର୍ପଣ 'ମୁକୁର' ପତ୍ରିକାରେ ଅସମ୍ପୂର୍ଣ୍ଣ ପ୍ରକାଶିତ ଦାଣ୍ଡି ରାମାୟଣର ସମାଲୋଚନା , ପଣ୍ଡିତ ଗୋପୀନାଥ ନନ୍ଦଙ୍କୁ ଓଡ଼ିଆ ସାହିତ୍ୟ ସମାଲୋଚନା'ର ଜଣେ ଦିଗଦର୍ଶକ ଭାବେ ମାନ୍ୟତା ପ୍ରଦାନ  କରିଥାଏ ବୋଲି କହିଥିଲେ ।

      ଶିକ୍ଷାବିତ୍ ବିଚିତ୍ରା ନନ୍ଦ ବେବର୍ତ୍ତା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

   ଯୁବ- ସାହିତ୍ୟିକ ବିଷ୍ଣୁ ମୋହନ ଅଧିକାରୀ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ପାଣ୍ଡିତ୍ୟ ଓ ଅନନ୍ୟ ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗୁରୁ କୈଳାଶ ପଟ୍ଟନାୟକ ଓ ତାଙ୍କ ସାଥୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ  "ବନ୍ଦେ ଉତ୍କଳ ଜନନୀ" ପରିବେଷଣ କରିଥିଲେ।

     ଏକାଡେମୀର ବରିଷ୍ଠ କର୍ମଚାରୀ ସଂଜୟ କୁମାର ସ୍ବାଲସିଂ ଯୋଗ ଦେଇ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

0
0
0
s2sdefault