ହେଡଲାଇନସ୍:

ଶିକ୍ଷକ ଅଭାବ: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ ପ୍ରତିନିଧି -ସନ୍ତୋଷ ମେହେରଙ୍କ ରିପୋର୍ଟ )

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତ ର କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବକୁ ନେଇ ଆଜି ଅଭିଭାବକ ମନେ ବିଦ୍ୟାଳୟ ଗେଟରେ  ତାଲାଦେଇ ଧାରଣାରେ ବସିଛନ୍ତି | ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି, ହେଲେ  ପଢ଼ାଇବାକୁ ୨ଜଣ  (Arts /କଳା) ଶିକ୍ଷୟିତ୍ରୀ ଅଛନ୍ତି ଏବଂ  ଅଷ୍ଟମ ଶ୍ରେଣୀ ପାଇଁ ଜଣେ ହେଲେ ବିଜ୍ଞାନ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି ।

ସୂଚନାମୁତାବକ  ସ୍କୁଲରେ ପୂର୍ବରୁ ୪ ଶିକ୍ଷୟିତ୍ରୀ ଥିବାବେଳେ ଗତ କିଛି ମାସ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ରହିଥିଲେ। ପୁଣି ଏବେ କିଛି ସପ୍ତାହ ହେବ ଆଉ ଜଣେ ଶିକ୍ଷୟିତ୍ରୀ ସମାନ କାରଣ ପାଇଁ ଛୁଟିରେ ରହିବା କାରଣରୁ  ଶିକ୍ଷାଦାନରେ  ବାଧାପ୍ରାପ୍ତ ହୋଇଛି । ସରକାରୀ  ନିୟମାନୁସାରେ ସ୍କୁଲରେ ୫ ଜଣ ଶିକ୍ଷକ ରହିବା ସ୍ଥଳରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ବୈଠକରେ ଯୋଗଦେବାକୁ ପଡ଼ୁଥିବାରୁ ଜଣେ ମାତ୍ର ଶିକ୍ଷୟିତ୍ରୀରେ ବିଦ୍ୟାଳୟ ଚଳାଉଥିବା ନଜର ଆସୁଛି । ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନଜର ପଡୁ ନ ଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶକରି ଆଜି ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି ।

ଏନେଇ ଅଭିଭାବକ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସମାଧାନର  ବାଟ ଫିଟିନଥିବାରୁ, ବାଧ୍ୟ ହୋଇ ଅଭିଭାବକ ତାଲା ପକାଇଛନ୍ତି ଏଥିପ୍ରତି ପ୍ରଶାସନ ବା ବିଭାଗୀୟ ଅଧିକାରୀ ଶୀଘ୍ର ପଦକ୍ଷେପ ନ ନେଲେ ଆହୁରି  ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍କୁଲ ପରିଚାଳନା କମିଟିର ସଦସ୍ୟ ତଥା ଗ୍ରାମବାସୀ କହିଛନ୍ତି |

0
0
0
s2sdefault