ହେଡଲାଇନସ୍:

ଅଟୋରେ ଯାଇ ଲୋକଙ୍କ ଦୁଃଖବୁଝିଲେ ବିଧାୟକ ରମେଶ ସାଏ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ ପ୍ରତିନିଧି (ସନ୍ତୋଷ ମେହେରଙ୍କ ରିପୋର୍ଟ )

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର  ସାପଘେରା ପଞ୍ଚାୟତର ପୂର୍ତ୍ତ ରାସ୍ତା ଦେଇ ପ୍ରାୟ ୭ କିଲୋମିଟର ଘଞ୍ଚ ଜଙ୍ଗଲ ,ଅଙ୍କା ବଙ୍କା ରାସ୍ତା ଦେଇ ଗଲେ ପଡିଥାଏ  ଟେଣ୍ଟୁଲି ଗାଁ । ଗାଁ ଟି ଅପହଞ୍ଚ,ମାଓ ପ୍ରବଣ ଅଞ୍ଚଳ ରେ ଅନ୍ତର୍ଭୁକ୍ତ ।ପାହାଡ ଜଂଗଲ ଘେରା ଏହି ଗାଁ ରେ ରହନ୍ତି ୨୫୦ ପରିବାର, ପ୍ରାୟ ଲୋକ ସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ବହେବ । ସମସ୍ତେ ପ୍ରାୟ କୃଷି ଉପରେ ନିର୍ଭର କରନ୍ତି, ନିର୍ବାଚନ ଆସିଲେ ଭୋଟ ଦିଅନ୍ତି, ସରକାରଙ୍କୁ କର ଖଜଣା ଦିଅନ୍ତି,ମାତ୍ର ବଞ୍ଚିବାର ସର୍ବ ନିମ୍ନ ଆବଶ୍ୟକତା ଶିକ୍ଷା ସ୍ୱାସ୍ଥ୍ୟଓ  ଗମନାଗମନ ତଥା ପାନୀୟ ଜଳ ଆଦିରୁ ବଞ୍ଚିତ ଏହି ଗାଁର ଅଧିବାସୀମାନେ।

ଏନେଇକି ପ୍ରଶାସନ ଓ ଜନ ପ୍ରତିନିଧି ପାଖରେ ବାରମ୍ବାର ଆବେଦନ ଓ ନିବେଦନ ସତ୍ତ୍ୱେ ମଧ୍ୟ କୌଣସି ସମସ୍ୟା ର ସମାଧାନ ହୋଇ ପାରି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି | ଏନେଇ  ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ରମେଶ ସାଏ ଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଗତ କାଲି ବିଧାୟକ ସେହି ଗ୍ରାମ କୁ ପରିଦର୍ଶନ ରେ ଯାଇଥିବା ବେଳେ ଏସବୁ ସମସ୍ୟା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକ ଙ୍କ ନିଜସ୍ୱ ଗାଡି ସେ ରାସ୍ତା ରେ ଯିବା ଅତି କଷ୍ଟ ହୋଇ ପଡ଼ିଥିଲା ତେଣୁ ବିଧାୟକ ଏକ  ଅଟୋ ସାହାଯ୍ୟରେ ୪କିଲୋମିଟର ଯାଇଥିଲେ ସେହିଠାରୁ ପୁଣି ଓଅଟୋ ନଯିବାରୁ ବିଧାୟକ  ୩ କିଲୋମିଟର ନିଜେ ଚାଲି ଚାଲି ସେହି ଗାଁ କୁ ଯାଇଥିଲେ । ବିଧାୟକସେହି ଗ୍ରାମରେ ପହଞ୍ଚିବା ପରେ ସେ ଗ୍ରାମର ଲୋକମାନେ କାନ୍ଦି କାନ୍ଦି ତାଙ୍କ ଦୁଃଖ ର ବେଦନା ଜଣାଇଥିଲେ। ଗ୍ରାମ ବାସୀ ମାନେ କହିଛନ୍ତି ଯେ ବର୍ଷା ୪ମାସ ଏହି ରାସ୍ତା ଅଗମ୍ୟ ହୋଇପଡେ।ସେହିପରି ହାତୀ, ଭାଲୁ ପରି ହିଂସ୍ର ଜନ୍ତୁ ଜଙ୍ଗଲ ରୁ ବାହାରି ଏହି ରାସ୍ତା ରେ ଅହରହ ଯିବା ଆସିବା କରୁଥିବାରୁ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ନିରାପଦ ମଣୁ ନାହାନ୍ତି।ସୂଚନା ମୁତାବକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେହି ଗାଁ ରେ ବିଦ୍ୟାଳୟ ଥିବା ବେଳେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀପଢିବା ପାଇଁ ସାପଘେରା ହାଇସ୍କୁଲ କୁ ପଢିବାକୁ ଆସନ୍ତି। ରାସ୍ତା ର ଶୋଚନୀୟ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଓ ଜନନୀ ସୁରକ୍ଷା ଗାଡି ଆସି ପାରେ ନାହିଁ ବୋଲି  ଗ୍ରାମବାସୀ ମାନେ ବିଧାୟକଙ୍କୁ ଜଣାଇଛନ୍ତି।ସବୁଠାରୁ ନିକଟତମ ସ୍ୱାସ୍ଥ୍ୟ ସେବା ପାଇଁ ପାଇକସାହି ଡାକ୍ତରଖାନା ଯିବାକୁ ପଡେ। ଟେଣ୍ଟୁଲି ଗାଁରେ ୪ଟି ନଳକୂପ ଅଛି।ନଳକୂପ ଜଳ ର ଉପଯୋଗ ହେଲେ ମଧ୍ୟ ଖୋଲା କୂପ ନଥିବା ସୂଚନା ଦେଇଛନ୍ତି। ଏସବୁ ସମସ୍ୟା ଶୁଣିବା ପରେ ବିଧାୟକ ଲୋକଙ୍କ ସହ ସିଧାସଳଖ ବୈଠକ କରି  ସବୁ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ଗ୍ରାମର ବିଭିନ୍ନ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କୁ ଯଥା ଶୀଘ୍ରକରିବା ପାଇଁ ଗ୍ରାମ ବାସୀ ଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault