ହେଡଲାଇନସ୍:

ବିଧାୟକ ବାଣ୍ଟିଲେ ୧୪୯୫  ଜଣଙ୍କୁ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Jamseth/ Rajendra Pradhan  :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ପାଇକମାଲ ବ୍ଲକ ର ଜାମସେଠ ଓ ଝିଟିକି ଠାରେ ଦୁଇ ଗୋଟି ଭିନ୍ନ ଭିନ୍ନ କାର୍ଯକ୍ରମ ରେ ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଚିଂଦେଇକେଲା , ଝାରବନ୍ଧ , ଝିଟିକି , ଭୁବନେଶ୍ୱରପୁର ଓ କାଂଶଡ଼ା ଗ୍ରାମପାୟତର  ୩୫୯  ଜଣ ହିତାଧିକାରୀ ଙ୍କୁ ମଧୁ ବାବୁ ପେନସନ ଓ ୧୪୯୫  ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯାଦେଶ ପ୍ରଦାନ କରିଛନ୍ତି । ଏହି ଅବସରରେ ବିଧାୟକ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ ସଂଵୋଧନ କରି ଘର କାମ ଶୀଘ୍ର ସାରି ସରକାରୀ ପ୍ରୋତ୍ସାହନ ର ଲାଭ ନେବା ପାଇଁ ନିବେଦନ କରିଥିଲେ ।

ଆଜି ଆୟୋଜିତ ଏହି ସଭା ଗୁଡିକରେ ପାଇକମାଲ ପଂଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରାଉତ , ଶ୍ରୀ ଧବଳେଶ୍ବର ସାହୁ , ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ବାଗ , ଶ୍ରୀ ବିଜୟ କୁମାର ସ୍ୱାଇଁ , ଜାମସେଠ ସରପଞ୍ଚ ରମ୍ଭାତାଣ୍ଡି, ମାଣ୍ଡୋସିଲ ସରପଞ୍ଚ ହିମାଦ୍ରୀ ପୁଟା, ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ, ଝାରବନ୍ଧ ସରପଞ୍ଚ ରବି ବାଗ, ଜାମସେଠ ସମିତିସଭ୍ୟା ସୁମିତ୍ରା ଭୋଇ, ବରତୁଣ୍ଡା ସମିତିସଭ୍ୟା ପୁଷ୍ପାଞଲି ଧରୁଆ, ଝିଟିକି ସମିତିସଭ୍ୟ ବିଜୟ ସ୍ବାଇଁ, ୫ଟି ପଞ୍ଚାୟତର କାର୍ଯ୍ୟନିର୍ବାହୀ  ଅଧିକାରୀ ଓ ଜିଆରଏସ ଯୋଗଦେଇଥିଲେ। । ବ୍ଲକ ପ୍ରଶାସନ ତରଫରୁ ଏଫଇଓ ଶ୍ରୀ ରମେଶ ଚନ୍ଦ୍ର ସେଠି ଓ ଜିପିଓ  ଶ୍ରୀ ଭୀଷ୍ମଦେଵ ସରାଫ କାର୍ଯକ୍ରମ ପରିଚାଳନା କରିଥିଲେ | 

0
0
0
s2sdefault