ହେଡଲାଇନସ୍:

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଶ୍ଚିତ କୋଇଲି ବ୍ଲକ ଗସ୍ତ : ବାଣ୍ଟିଲେ ୩୭୯ ଘର କାର୍ଯ୍ୟାଦେଶ ଓ ପ୍ରାୟ ୧୭ କୋଟିର ଫନି ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  କଟକ( ଶାସକ ପ୍ରଶାସକ) ନିଶ୍ଚନ୍ତକୋଇଲି ବ୍ଲକ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘରର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି  ଉତ୍ସବରେ  ପଂଚାୟତିରାଜ ଓ ପାନୀୟଜଳ ,ଆଇନ , ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ବଣ୍ଟନ କରିଥିଲେ | 

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଏହି ଅବସରରେ ୩୭୪ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ, ୫ଜଣଙ୍କୁ ବିଜୁ କୁଡ଼ିଆ କାର୍ଯ୍ୟାଦେଶ, ପ୍ରାୟ ୧୭କୋଟି ତାଙ୍କର ଫନି ସହାୟତା, ଅନ୍ୟାନ୍ୟ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରିଥିଲେ |  କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ସବିତା ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପୂର୍ବତନ ଚେୟାରମ୍ୟାନ ଗିରିଶ ରଂଜନ ମହାପାତ୍ର,ଯୁବ ବିଜେଡି ନେତା ଅଶୋକ ଓଝାଙ୍କ ସମେତ ବ୍ଲକ ପଦାଧିକାରୀ,ଜିଲ୍ଲାପରିଷଦ ସଦସ୍ୟା,ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦାନ କରିଥିଲେ ।

 

 

0
0
0
s2sdefault