ହେଡଲାଇନସ୍:

ବ୍ରହ୍ମପୁର ସାଂସଦଙ୍କ ରା.ଉଦୟଗିରି ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର  ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଗଜପତି ଜିଲ୍ଲାର ରା:ଉଦୟଗିରି ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟର ସମ୍ଭାବନା ଗୃହଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । 

     ଆୟୋଜିତ ସମୀକ୍ଷା ବୈଠକରେ ସାଂସଦ ଶ୍ରୀ ସାହୁ ଅଧ୍ୟକ୍ଷତା କରି ଅଟକି ରହିଥିବା ଏବଂ ଅର୍ଦ୍ଧନିର୍ମିତ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ଯଥାଶୀଘ୍ର ସମ୍ପୁର୍ଣ୍ଣ କରି କାର୍ଯ୍ୟାକ୍ଷମ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ । ମୁଖ୍ୟତଃ ଏହି ସମୀକ୍ଷା ବୈଠକରେ ସ୍ଥାନୀୟ ସମସ୍ୟା ସମେତ ସରକାରଙ୍କ ଦ୍ବାରା ଗୃହୀତ ତଥା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକ୍ରମ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏ ଦିଗରେ କିଭଳି କାର୍ଯ୍ୟ ସବୁ କରି ଚାଲିଛନ୍ତି , ସେ ସବୁ ଗୁଡ଼ିକ ଉପରେ ବିସ୍ତୁତ ଭାବେ ଆଲୋଚନା କରା ଯାଇଥିଲା ।     

      ବୈଠକରେ ବହୁ ସଂଖ୍ୟାରେ ଜନ-ପ୍ରତିନିଧି ଓ ପୂର୍ବତନ ଜନ-ପ୍ରତିନିଧି ଓ ଲୋକମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଆଣି ସାଂସଦ ଶ୍ରୀ ସାହୁ ଏବଂ ମଞ୍ଚାସୀନ ବିଧାୟକ ଦାସରଥୀ ଗମାଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ବିଭିନ୍ନ ପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବା ଓ ରାମଗିରି ଠାରେ ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ତୁରନ୍ତ ସମ୍ପୁର୍ଣ୍ଣ କରାଯିବା ଦାବି କରିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଯଥା ରାସ୍ତାଘାଟ , ପାନୀୟଜଳ ବିଦ୍ୟୁତ ବ୍ୟବସ୍ଥା , ଶିକ୍ଷା ସ୍ବାସ୍ଥ୍ୟ , ଆବାସ ଯୋଜନା ଏବଂ ଶିଶୁ-ଖାଦ୍ୟ ପ୍ରଭୃତି ଉପରେ କିଭଳି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ପଚାରି ବୁଝି ସମୀକ୍ଷା କରିଥିଲେ ।

         ବୈଠକରେ ସର୍ବଦଳୀୟ ପ୍ରତିନିଧି ମାନେ ଛେଳିଗଡ଼-ରାମଗିରି ପୂର୍ତ୍ତ ବିଭାଗ ରାସ୍ତା କାମ ମନ୍ଥର ଗତିରେ ହେଉଛି ଓ କାହିଁକି ତୁରନ୍ତ ସରୁନି ଏବଂ ଅତ୍ୟନ୍ତ ନିମ୍ନ ମନର କାମ ଚାଲିଥିବା ଅଭିଯୋଗ କରିଥିଲେ ।

     ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବ୍ଲକ-ଅଧ୍ୟକ୍ଷା ଅନିତା ମଣ୍ଡଳ , ଉପାଧ୍ୟକ୍ଷ ନବୀନ ରଈତ , ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ ଏବଂ ଜାକବ ମାଝୀଙ୍କ ସମେତ ବ୍ଲକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ , ସରପଞ୍ଚ ସମିତିସଭ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

 

0
0
0
s2sdefault