ହେଡଲାଇନସ୍:

ଉନ୍ନତ ବଳଦ-ଟଣାକୃଷି ଯନ୍ତ୍ରପାତି'ର କ୍ଷେତ୍ର ପ୍ରଦର୍ଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ପଶୁ-ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ଆର:ଉଦୟଗିରି ସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଙ୍କ ସହାୟତାରେ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ କାଳିଆପଟା ଗ୍ରାମରେ ଉନ୍ନତ ମାନର କାଦୁଅ ଯନ୍ତ୍ର ଏବଂ ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

         ଏହି କାର୍ଯ୍ୟକ୍ରମରେ କାଳିଆପଟା ଗ୍ରାମର  ଶତାଧିକ ସଂଖ୍ୟାରେ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ  ଉପସ୍ଥିତ ଚାଷୀ ମାନଙ୍କୁ ପ୍ରକଳ୍ପ ଦ୍ୱାରା ବିକଶିତ ଅନ୍ୟାନ୍ୟ ଉନ୍ନତ ମାନର ବଳଦ-ଟଣା ଯନ୍ତ୍ର ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ପ୍ରକଳ୍ପର କୃଷି-ଯନ୍ତ୍ରୀ ପ୍ରଫେସର ଅଜୟ କୁମାର ଦାସ ଓ ପଶୁ ବିଜ୍ଞାନି ପ୍ରଫେସର ଅରୁଣ କୁମାର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବଳଦ ମାନଙ୍କର ଖାଦ୍ୟ ଓ ବାସଗୃହ ପରିଚାଳନା ସମ୍ପର୍କରେ ଚାଷୀ ମାନଙ୍କୁ  ବୁଝାଇଥିଲେ ।

       ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ଃ ସଂଗ୍ରାମ ପରମଗୁରୁ ଓ କୃଷି ଯାନ୍ତ୍ରିକ ବୈଜ୍ଞାନିକ ଇଂ. ଦ୍ଵାରିକା ମୋହନ ଦାସ , ମମତା ମାହାଲି ଏବଂ  ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ "ସକାଳ" ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସହାୟତା ପ୍ରଦାନ କରା ଯାଇଥିଲା ।

     ପ୍ରକଳ୍ପ ତରଫରୁ ମୋହନା ବ୍ଲକର ପିଣ୍ଡିକି ଓ ଶୁଖିଲା ଆମ୍ବ ଗ୍ରାମ ଠାରେ ଚାଷୀ ମାନଙ୍କ ଚାଷ ଜମିରେ ବଳଦ-ଟଣା , ଓୟୁଏଟି ସାର ପ୍ରୟୋଗ ଓ ହୁଡା଼-ଟେକା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନର ଆୟୋଜନ ମଧ୍ୟ କରା ଯାଇଥିଲା ।

0
0
0
s2sdefault