ହେଡଲାଇନସ୍:

ଗୁମ୍ମା ବ୍ଲକ-ସ୍ତରୀୟ  ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   Paralakhemundi/ Balakrusna Panigrahi : ଗୁମ୍ମାସ୍ଥିତ  ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକ ସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା  ଉଦ୍ ଯାପିତ ହୋଇଯାଇଛି ।

       ବ୍ଳକ  ହିସାବ-ରକ୍ଷକ  ଲକ୍ଷ୍ମଣ ଚରଣ ଟୁଡୁ  ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଉଦ୍ ଯାପନ କାର୍ଯ୍ୟକ୍ରମରେ ବ୍ଲକ  ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ  ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ପାଠ ପଢା ସହିତ ଖେଳକୁଦ କରିବା ଦ୍ବାରା ସ୍ବାସ୍ଥ୍ୟ ଓ ମନ ସୁସ୍ଥ ରହିବା ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବ ବୋଲି କହିଥିଲେ ।

     ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦାସ ତାମରାପୁ , ଏବିଇଓ-ବାବାଜୀ ପ୍ରଧାନ , ପିଏ- ଅଭିଜିତ ପ୍ରଧାନ , ଗୁମ୍ମା-ସରପଞ୍ଚ ଜିଖନିୟ ରଈତ , ସମିତି-ସଭ୍ୟ ନିହାର ଷଡଙ୍ଗୀ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି- ମିହିର ଲାଲ ଲିମ୍ମା ପ୍ରମୁଖ ମଞ୍ଚସୀନ କରିଥିଲେ ।

     ଏହି କ୍ରୀଡ଼ା ପ୍ରତିଯୋଗିତାରେ ବ୍ଲକର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

     ବାଳକ-୮୦୦ ମିଟର ଦୌଡ଼ରେ ସିୟନ ଭୂୟାଁ , ମାଳକା ସିମି ଶବର , ୪୦୦ ମିଟର ଦୌଡ଼ରେ ପ୍ରେମ ବଡ଼ ରଈତ , ୩୦୦୦ ମିଟର ଦୌଡ଼ରେ ସିମି ଶବର , ଏବଂ ୨୦୦ମିଟର ଦୌଡ଼ରେ ଏସୋ ଭୂୟାଁ ,  ବାଳିକା ଳିସା ମଣ୍ଡଳ ,  ୧୦୦ମିଟର ଦୌଡ଼ରେ ବାଳକ ରାଜେଶ ରଈତ ଏବଂ ବାଳିକା ମୋହିନୀ ଶବର ,  ଖୋକୋ ଓ କାବାଡି ପ୍ରତିଯୋଗିତାରେ ବ୍ଲକ ସ୍ତରୀୟ ଦଳ ବଛାଯାଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ କରା ଯାଇଛି । 

    ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ କ୍ରୀଡ଼ା ପ୍ରତିଯୋଗିତା ଓ ଉଦ୍ ଯାପନ କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ ଓ ଶିକ୍ଷକ ଜିତେନ୍ଦ୍ର ପାଣି  ସହଯୋଗ କରିଥିଲେ ।

 

0
0
0
s2sdefault