ହେଡଲାଇନସ୍:

 "ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଶ୍ୱହିନ୍ଦୁ ପରିଷଦ ହିଁ ଶେଷ ଆଶା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲହୁଣୀପଡାରେ ଭିଏଚପିର ପ୍ରତିଷ୍ଠା ଦିବସ 

ଲହୁଣୀପଡା/ସୁନ୍ଦରଗଡ( ହୋରାଚାନ୍ଦ ଦେଉରିଆ)- 1857 ମସିହାରେ ହିନ୍ଦୁତ୍ୱର ସୁରକ୍ଷା ପ୍ରସଙ୍ଗକୁ ନେଇ ଭାରତରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିବା ବେଳେ,ସ୍ୱାଧୀନତା ପ୍ରାପ୍ତିର 73 ବର୍ଷପରେ ମଧ୍ୟ ହିନ୍ଦୁ ଏ ଦେଶରେ ଦୟାର ପାତ୍ର ହୋଇ ବଞ୍ଚିଛି| ସଂସଦ ଠାରୁ ସମ୍ବିଧାନ ଯାଏ ସବୁଠି ହିନ୍ଦୁ ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ବେଳେ ଭାରତର ବିଭିନ୍ନ ଭାଗରେ ଆଜିବି ହିନ୍ଦୁ ଶରଣାର୍ଥୀ ହୋଇ ବଞ୍ଚିଛି| ତେଣୁ ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଶ୍ୱହିନ୍ଦୁ ପରିଷଦ ହିଁ ଶେଷ ଆଶା, ଅନ୍ୟଥା କିଛି ନାହିଁ| ଆଜି ଲହୁଣୀପଡା ବ୍ଲକ ଛକ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବିଶ୍ୱହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣ|ନନ୍ଦଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ| ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଦେଶରେ ଆଜି ବିଧର୍ମୀ ମାନଙ୍କ ଷଡଯନ୍ତ୍ର ଚରମ ସୀମାରେ ପହଁଚିଥିବା ବେଳେ, ଧର୍ମାନ୍ତରୀକରଣ,ଗୋ ହତ୍ୟା, ଲଭଜିହାଦର ଆଳରେ ହିନ୍ଦୁ ସମାଜ ଓ ସଂସ୍କୃତିକୁ ଲୁପ୍ତ କରିବାକୁ ରାତିଦିନ ଚେଷ୍ଟିତ| ହେଲେ ଏଭଳି ଘଡିସନ୍ଧି ମୁହୁର୍ତରେ ହିନ୍ଦୁ ସଂସ୍କୃତିର ସୁରକ୍ଷା ପାଇଁ ବିଶ୍ୱହିନ୍ଦୁ ପରିଷଦ ହିଁ ଏକମାତ୍ର ବିକଳ୍ପ| କାରଣ ବିଗତ 50 ବର୍ଷ ଭିତରେ ବିଶ୍ୱହିନ୍ଦୁ ପରିଷଦ ଦୁଇ କୋଟିରୁ ଉର୍ଦ୍ଧ ହିନ୍ଦୁଙ୍କୁ ଧର୍ମାନ୍ତରିକରଣରୁ ବଂଚାଇଥିବା ବେଳେ 22 ଲକ୍ଷ ହିନ୍ଦୁଙ୍କୁ ସ୍ବଧର୍ମକୁ ଫେରାଇ ଆଣିଛି| ବିଗତ 50 ବର୍ଷ ଭିତରେ ବିଶ୍ୱହିନ୍ଦୁ ପରିଷଦ 70 ଲକ୍ଷ ଗୋ ମାତାଙ୍କୁ କଂସେଇ ହାତରୁ ଉଦ୍ଧାର କରିଥିବା ବେଳେ ଦେଶରେ 500ରୁ ଉର୍ଦ୍ଧ ଗୋ-ଶାଳା ନିର୍ମାଣ କରି ଗୋ ମାତାର ସୁରକ୍ଷା ଓ ସମ୍ବର୍ଦ୍ଧନା ପାଇଁ ନିରବଛିନ ଭାବରେ କାର୍ଯ୍ୟ କରିଆସୁଛି| ତେଣୁ ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଶ୍ୱହିନ୍ଦୁ ପରିଷଦ ହିଁ ଶେଷ ଆଶା ବୋଲି ଶ୍ରୀ କୁସୁମ କହିବା ସହିତ ତନ ମନ ଧନ ଦେଇ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକୁ ସଶକ୍ତ କରିବା ପାଇଁ ନିବେଦନ କରିଥିଲେ| ସର୍ବପ୍ରଥମେ ଭାରତମାତାଙ୍କ ଫଟୋ ଚିତ୍ରରେ ଧୂପ,ଦୀପ,ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମର ପ୍ରାରମ୍ଭ ହୋଇଥିଲା| ଏହାପରେ 108 ଥର ସାମୁହିକ ଭାବରେ ମହାମନ୍ତ୍ର ଜପ କରାଯାଇଥିବା ବେଳେ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରାଯାଇଥିଲା| ତାପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଆଜୀବନ ବ୍ରତୀହୋଇ ହିନ୍ଦୁତ୍ୱର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପପାଠ କରିଥିଲେ| ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସମାରସତା ପ୍ରମୁଖ ଚୂଡ଼ାମଣି ମହାନ୍ତଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ମହାନ୍ତ, ସଂଯୁକ୍ତା କାଲୋ, ରୀନା ଭୂମିଜ,ରାଜୁ ସା,ହେମନ୍ତ ଓରାମ,ଆକାଶ ତନ୍ତି,ଅଞ୍ଜୁ ଭୂମିଜ, ଲକ୍ଷ୍ମୀ ଭୂମିଜ,ଡେଜି ଗୁଡ଼ିଆ, ଶୁଭମ ସାହୁ ସମେତ ବହୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ|

 

0
0
0
s2sdefault