ହେଡଲାଇନସ୍:

ଦାୟିତ୍ୱ ନେଲେ ବରଗଡର ନୂଆ ଜିଲ୍ଲାପାଳ : ଜ୍ୟୋତିରଞ୍ଜନଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ଇନ୍ଦ୍ରମଣି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : ବରଗଡର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ | ବିଦାୟୀ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଠାରୁ ଶ୍ରୀ ପ୍ରଧାନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହାପୂର୍ବରୁ ଶ୍ରୀ ପ୍ରଧାନ ଝାରସୁଗୁଡା ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ |  କିଛି ଦିନ ତଳେ ରାଜ୍ୟ ସରକାର ପ୍ରଶାସନିକ ସେବାରେ ସାମାନ୍ୟ ଅଦଳବଦଳ କରି ଝାରସୁଗୁଡା ଓ ବରଗଡରେ ନୂଆ  ଜିଲ୍ଲାପାଳ ନିଯୁକ୍ତି ଦେଇଥିଲେ | ଝାରସୁଗୁଡ଼ାରେ ଜିଲ୍ଲାପାଳ ଥିବା ଶ୍ରୀ ପ୍ରଧାନଙ୍କୁ ବରଗଡ଼ ଜିଲ୍ଲାପାଲା ଭାବେ ବଦଳି କରାଯାଇଥିବା ବେଳେ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ | ସେହି ପରି ବିଦାୟୀ ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ | 

 

0
0
0
s2sdefault