ହେଡଲାଇନସ୍:

୫ ବର୍ଷ ହେବ ଭଙ୍ଗ କଲଭର୍ଟ ସଜାଡି ପାରୁନି ପ୍ରଶାସନ : ପଟା ପକାଇ ଯାଉଛନ୍ତି ଲୋକେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେତେବେଳେ କଣ ହେବ କହି ହେବନି  

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧୀନସ୍ଥ କୋଟଗଡ ବ୍ଲକର ପାରିଗଡ଼ ଗ୍ରାମ ପଞ୍ଚଯାତ | ଏହି ଗ୍ରାମ ପଞ୍ଚାୟତରେ ରହିଅଛି ବୋରିକିଆ ଗ୍ରାମ.| ପ୍ରାୟ 5ବର୍ଷରୁ ଉର୍ଦ୍ଧ ହେବ ବରିକିଆ ଗ୍ରାମରେ ଥିବା କଲଭର୍ଟ ଭାଙ୍ଗି ଯାଇଥିଲା.ଘଟଣା ସମ୍ପର୍କରେ ଅଞ୍ଚଳବାସି ପ୍ରଶାସନକୁ ବାରମ୍ବାର  ଜଣାଇ ଥିଲେ ମଧ୍ୟ କୌଣସି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନେଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ  କହିଛନ୍ତି | କଲଭର୍ଟ ଭାଙ୍ଗିବା ଦ୍ୱାରା ପାରିଗଡ଼ ଏବଂ ବୁଡ଼ାଗୁଡା ମଧ୍ୟରେ ଯାତାୟାତ ଠପ ହୋଇଥିଲା | ପ୍ରଶାସନର ନୀରବତା ଯୋଗୁଁ ଶେଷରେ ବାଧ୍ୟ୍ୟ ହୋଇ ଗ୍ରାମ ବାସି କାଠରେ ଅସ୍ଥାୟୀ କଲଭର୍ଟ ତିଆରି କରି ଥିବା କହିଛନ୍ତି |

 କଲଭର୍ଟ ଭାଙ୍ଗିବା ଦ୍ୱାରା ପାରିଗଡ଼ ଗ୍ରାମ ପଞ୍ଚାୟତର ମୋରେଞ୍ଜି,ପାନଣ୍ଡିସ, କୁନ୍ଦୁପାଙ୍ଗା,ଶିଶପାଙ୍ଗା,ଅଦାବାଲି ଇତ୍ୟାଦି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା |  ଅଞ୍ଚଳବାସି ନିରାଶ ହୋଇ ଯାତାୟାତ ପାଇଁ ଏହି କଲଭର୍ଟ ନିର୍ମାଣ କରି ଥିବା ସୂଚନା ଦେଇଛନ୍ତି |  ବର୍ତ୍ତମାନ ଅଞ୍ଚଳବାସୀ  ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ କାଠ ପୋଲ ଉପରେ ଯାତାୟାତ କରୁ ଥିବା ଦେଖାଦେଇଛି | ବେଳେବେଳେ ଅଘଟଣ ଘଟୁଥିବା ବେଳେ ଆଉ କେତେବେଳେ ବଡ ଧରଣର ଅଘଟଣ ଘଟିବ ତାକୁ ଏଡାଇ ହେବ ନାହିଁ |  ବର୍ତ୍ତମାନ ଏହି ଅଞ୍ଚଳକୁ ଆମ୍ବୁଲାନ୍ସ, ବାଇକ ଯିବା ପାଇଁ ବହୁ ସମସ୍ୟା ହେଉ ଥିବା ବୋରିକିଆ ଗ୍ରାମବାସି କହିଛନ୍ତି | ଯାହା ପାଇଁ ରୋଗୀ, ଗର୍ଭବତୀ ନାହିଁ ନ ଥିବା ଅସୁବିଧା ହେଉଥିବା ମତପ୍ରକାଶ ପାଇଛି |  ତେଣୁ ବୋରିକିଆ ଠାରେ ସ୍ଥାୟୀ କଲଭର୍ଟ ତିଆରି ପାଇଁ ପଞ୍ଚାୟତବାସୀ ପ୍ରଶାସନ ପାଖରେ ଦାବି କରିଛନ୍ତି.|

 

0
0
0
s2sdefault