ହେଡଲାଇନସ୍:

480 ପରିବାରକୁ ଜଙ୍ଗଲ ଜମି ପ୍ରଦାନ ପାଇଁ ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ  : କନ୍ଧମାଳ ଜିଲ୍ଲା ଅଧୀନସ୍ଥ କୋଟଗଡ ବ୍ଳକର  କୃଷି ଭବନଠାରେ ଏକତା ପରିଷଦ ଦ୍ୱାରା ଇଣ୍ଟର୍ ଫେସ୍ ପ୍ରଗ୍ରାମ କାର୍ଯ୍ୟକ୍ରମର  ଆୟୋଜନ କରାଯାଇଥିଲା । ଏହି ଏକତା ପରିଷଦର କାର୍ଯ୍ୟକ୍ରମ ଜିଲ୍ଲା ସଯୋଜିକା ଶ୍ରୀମତୀ ବିବିନିକା ପ୍ରଧାନ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏହା ଜଙ୍ଗଲ ଅଧିକାର ଆଇନ ୨୦୦୬ ମସିହା ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ଜଙ୍ଗଲ ଜମି ପାଇଁ ଦାବି କରିଥିଲେ | ଅଯୋଗ୍ୟ ବୋଲି ସରକାର ଦର୍ଶାଇ ଖାରଜ କରିଥିବା ଅଞ୍ଚଳ ବାସି କହି ଛନ୍ତି.|  ଏହି କାର୍ଯ୍ୟକ୍ରମରେ ଆବେଦନକାରିଙ୍କ ସହ ସେସବୁ  ବିଷୟରେ ଆଲୋଚନା କରି ଥିଲେ ରାଜ୍ୟର ଆବାହକ ଶ୍ରୀ ଭରତ ଭୂଷଣ ଠାକୁର | ଏହି କର୍ମଶାଳାରେ ସହଯୋଗ କରିଥିଲେ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଙ୍ଗଠନ କନ୍ଧମାଳ ଶାଖାର କର୍ମକର୍ତ୍ତା । ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ବନବିଭାଗ ଅଧିକାରୀ ଓ ଆର୍ ଆଇ ଉପସ୍ଥିତ ଥିଲେ । ଉପସ୍ଥିତ ବୁଦ୍ଧିଜୀବୀ ଓ ଆଇନଜୀବୀମାନେ ବ୍ୟକ୍ତି ଗତ ଜଙ୍ଗଲ ଜମି ଅଧିକାର ଉପରେ ୪୮୦  ପରିବାରଲୋକ ମାନଙ୍କୁ କିପରି ଶିଘ୍ର ସରକାର ପୁନର୍ବାର ବିଚାର କରି ଜଙ୍ଗଲ ଜମି ପ୍ରଦାନ କରିବେ ସରକାରୀ କର୍ମଚାରୀଙ୍କ ପାଖରେ ଦାବି କରିଥିଲେ |

 

0
0
0
s2sdefault