ଜଗତସିଂହପୁର,ତା-୧୮.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି|ନଭେମ୍ବର ୧୮ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ ଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ପତାକା ଦେଖାଇ ଉଦଘାଟନ କରିଥିଲେ | ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ପୌରହିତ ରେ ଏହି ସଚେତନତା ରଥ ଉଦ୍ଘାଟନ ହୋଇ ଥିଲା | ଏଥିରେ କନିଷ୍ଠ ମଟର ଯାନ ନିରିକ୍ଷକ ମନୋରମା ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରତାପ କୁମାର ବେହେରା ଗୁରୁଗୋରେଖ ଟ୍ରାଭେଲରସ୍ ପରିଚାଳକ ସୂର୍ଯ୍ୟ ନାରାୟଣ ମହାନ୍ତି ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
ରାଜ୍ୟ
ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ
- Hits: 8











