ହେଡଲାଇନସ୍:

କଥା ଦେଇଥିଲେ , ପୂରଣ ବି କଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କଲେ ଦୁଇଟି ଆରଆଇ କାର୍ଯ୍ୟାଳୟ 

ଗାଇସିଲେଟ/କେଦାରନାଥ ସାହୁ  :- କଥା ଦେଇଥିଲେ, ଆଉ ଦେଇଥିବା କଥା ବି ରଖିଲେ |  ପୂର୍ବ ପ୍ରତିଶ୍ରୁତି ଅନୁସାରେ  ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ତାଳପାଳି ଓ ଡାଙ୍ଗବାହାଲ ଠାରେ ୨  ଗୋଟି ଆରଆଇ ଅଫିସର ଉଦ୍ଘାଟନ କରିଛନ୍ତି ରାଜ୍ୟ ସରକାରଙ୍କ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ | ଆଜି ଗାଇସିଲେଟ ଗସ୍ତ ଅବସରରେ ଏହି 2ଗୋଟି କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ସିଂ  । ତାଲପାଳି ଆରଆଇ ସର୍କଲରେ ମୋଟ ୨୫ ଟି ଓ ଡାଙ୍ଗବାହାଲ ଆରଆଇ ସର୍କଲରେ ମୋଟ ୨୮ ଗୋଟି ରାଜସ୍ୱ  ଗ୍ରାମ ରହିଛି । ଏହି କାର୍ଯ୍ୟାଳୟ ଗୁଡିକ ଖୁବ ଶୀଘ୍ର କାର୍ଯକ୍ଷମ ହେବ ।

ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ , ବିଜେପୁର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ , ବିଡ଼ିଓ ଆଦିତ୍ୟ ପଣ୍ଡା , ତହସିଲଦାର ପୁଷ୍ପକ ପ୍ରଧାନ , ବରିଷ୍ଠ ନେତା ପ୍ରଣୟ ସାହୁ , ଚୈତନ୍ୟ ସାହୁ , ମାଳତୀ ସାହୁ ପ୍ରମୋଦ ଦେବତା , ସୁଶାନ୍ତ ସାହୁ , ପ୍ରମୁଖ ଉପସ୍ଥିତ ଥିଲେ ।

ମାନ୍ୟବର ମନ୍ତ୍ରୀ ପ୍ରଥମେ ତାଳପାଳି ଆରଆଇ  ଅଫିସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପଗହଞ୍ଚିଲା ପରେ ତାଙ୍କୁ ତାଲପାଳି ଓ ଆଖ ପାଖ ଗ୍ରାମର ଶହଶହ ସଂଖ୍ୟାରେ ଗ୍ରାମବାସୀ ଓ ଦଳୀୟ କର୍ମୀ ମାନେ ଭବ୍ୟ ସ୍ୱାଗତ କରିଥିଲେ | 

 

0
0
0
s2sdefault