ହେଡଲାଇନସ୍:

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ  ପାଳିତ ହୋଇଯାଇଛି । ସ୍ୱଭାବ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀ, ପ୍ରଫୁଲ୍ଳ ଦାଶ, ଶିକ୍ଷକ ରତିକାନ୍ତ ବେହେରା, କମିଟି ସଭାପତୀ ରମେଶ ସାହୁ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆମନ୍ତ୍ରୀତ ଅତିଥିଗଣ ମେହେର କବିତା ଉପରେ ସାରଗର୍ଭକ ବକୃତା ଦେଇଥିଲେ । ଶିକ୍ଷକ ସୂର୍ଯ୍ୟନାରାୟଣ ବାରିକ ସଭାଟିକୁ ପରିଚାଲନା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ,ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ସୂର୍ଯ୍ୟନାରାୟଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

 

 

 

0
0
0
s2sdefault