ହେଡଲାଇନସ୍:

କୋମନାରେ ଜନ୍ମାଷ୍ଟମୀ, ରାଧାକୃଷ୍ଣ ପ୍ରେମରେ ବିଭୋର ବୃଦ୍ଧବନୀତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା/bhagirathi bhoi - ନୂଆପଡା ଜିଲା କୋମନା ବ୍ଲକରେ ବେଶ ଧୁମଧାମ ସହ ପାଳିତ ହୋଇଛି ଜନ୍ମାଷ୍ଟମୀ । ବିଭିନ୍ନ ବିଦ୍ୟାଳୟରେ କୁନିକୁନି ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ ଦର୍ଶକଙ୍କୁ ବିଭୋର କରିଥିଲା । ମନ୍ଦିରମାନଙ୍କରେ ମଧ୍ୟ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ ହୋଇଛି । ମାନସିକଧାରୀମାନେ ଉପବାସ ରହିବା ସହ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ କରିଥିଲେ । ବିଭିନ୍ନ ସଂଗଠନମାନଙ୍କ ଦ୍ଵାରା ମଟକା ଫୋଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୋପାଳମାନେ ଭାଗ ନେଇଥିଲେ । ଆଜି ବି ଶ୍ରୀକୃଷ୍ଣ ଓ ରାଧାଙ୍କ ଆଧ୍ୟତ୍ମିକ ପ୍ରେମ ସମସ୍ତଙ୍କ ମନରେ ବସା ଵାନ୍ଧି ରହିଛି ।

0
0
0
s2sdefault