ହେଡଲାଇନସ୍:

ବିପର୍ଯୟ ଅନିଷ୍ଟ ଆଶଙ୍କା ହ୍ରାସ ସମ୍ପର୍କିତ ଜିଲ୍ଲା-ସ୍ତରୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    Gajapati/Balakrusna Panigrahi : ଯେ କୌଣସି ପ୍ରାକୃତିକ ବିପର୍ଯୟ ସମୟରେ ଅନିଷ୍ଟ ହେବାକୁ ଥିବା ଆଶଙ୍କାକୁ କିଭଳି ହ୍ରାସ କରିହେବ ଏବଂ ଜଳବାୟୁ ପରିବର୍ତ୍ତନକୁ କିଭଳି ବିକାଶର ମୁଖ୍ୟ-ସ୍ରୋତରେ ଉପଯୋଗୀ କରିହେବ , ସେ ସମ୍ପର୍କିତ ଏକ ଜିଲ୍ଲା-ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

        ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା-ପ୍ରଶାସନ ଆନୁକୂଲ୍ୟରେ ଏବଂ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା ଅଥରିଟି ଓ ମିଳିତ ଜାତିସଂଘ-ବିକାଶ କାର୍ଯ୍ୟକ୍ରମ ସହାୟତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ  ସ୍ୱଧାଦେବ ସିଂ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀ ମାନେ ସମନ୍ବୟ ରକ୍ଷାକରି ବିପର୍ଯୟ ସମୟରେ କିଭଳି ଧନଜୀବନ କ୍ଷୟକ୍ଷତିକୁ ଜିରୋ ତଥା ଅଧିକ ମାତ୍ରାରେ ହ୍ରାସ କରିହେବ , ସେ ଦିଗରେ ନିଶ୍ଚିତ ଧ୍ୟାନ ଦେବା ଉପରେ ପରାମର୍ଶ ଦେଇଥିଲେ ।

    ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଯୋଗଦେଇ ବିପର୍ଯୟ ଆଜିକାଲି ମନୁଷ୍ୟ ଜୀବନରେ  ପାରମ୍ପରିକ ଓ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ହୋଇ ଗଲାଣି , ଯାହାକି ଏହା ବାରବାର ଆସୁଛି ,  ହେଲେ ଏହାର ପ୍ରତିକାର କରାଯାଇ କିଭଳି ଏହାକୁ ହ୍ରାସ କରିହେବ  ସେ ଦିଗରେ ଗୁରୁତ୍ଵାରୋପ କରିଥିଲେ ।

     ଜିଲ୍ଲା-ପରିଷଦ ଅଧ୍ୟକ୍ଷ ଅନିତା ରାଣୀ ବେହେରା ଯୋଗଦେଇ ବିପର୍ଯୟ ଘଟିବା ପୁର୍ବରୁ ଓ ପରେ  ସମ୍ଭାବ୍ୟ କ୍ଷତିଗ୍ରସ୍ତ ଓ ଅନ୍ୟାନ୍ୟ ଲୋକଙ୍କ ପାଖରେ ସମସ୍ତେ  ସେବା ମନୋଭାବ ନେଇ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ପାରିଲେ ହିଁ ଅଧିକାରୀ ମାନେ ନିଜ  କର୍ତ୍ତବ୍ୟରେ ସଫଳତା ପାଇବା ସହ ଅନ୍ୟ ମାନଙ୍କ ପାଈଁ ସହାୟକ ହୋଇ ପାରିବେ ବୋଲି କହିଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ-କାଳୀନ ଅଧିକାରୀ ସତ୍ୟ ସମ୍ପନ୍ନା ରାଉତ  ସଂଯୋଜନା କରି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟତଃ ବିପର୍ଯ୍ୟୟ ପରିଚାଳନା ବେଳେ ୨ଟି ଦିଗ ପ୍ରତି ଅଧିକ ଧ୍ୟାନ ଦେବାକୁ ହୋଇଥାଏ , ତାହା- ହେଲା-ପ୍ରସ୍ତୁତି ଓ ଦାୟିତ୍ଵ । ପ୍ରସ୍ତୁତି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ବିପର୍ଯ୍ୟୟ ଘଟିବା ପୂର୍ବରୁ କିଭଳି ସଠିକ ସୂଚନା ଦେଇହେବ ଏବଂ ସେମାନଙ୍କ ପାଖରେ ପହଞ୍ଚି ଆବଶ୍ୟକ ଦାୟିତ୍ଵ ସେବା ଯୋଗାଇ ଦେଇ ପାରିଲେ ହିଁ  ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଦ୍ରୁଢିଭୂତ ହୋଇ ପାରିବ ବୋଲି କହିଥିଲେ ।

  ଏହି କାର୍ଯ୍ୟକ୍ରମରେ ଓଡିଶା-ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟିର ମୁଖ୍ୟ ମହା-ପ୍ରବନ୍ଧକ ଡ଼ଃ ପ୍ରଦୀପ କୁମାର ନାୟକ ଯୋଗଦେଇ ବିପର୍ଯ୍ୟୟ ଅନିଷ୍ଟ ଆଶଙ୍କା ହ୍ରାସ କଣ ଏବଂ ଜଳବାୟୁ ପରିବର୍ତ୍ତନକୁ ବିକାଶର ମୁଖ୍ୟ ସ୍ରୋତରେ କିଭଳି ସାମିଲ କରାଯାଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନା ବେଳେ କେଉଁ କେଉଁ ଦିଗ ଗୁଡ଼ିକ ପ୍ରତି  ପ୍ରସ୍ତୁତି ହୋଇ ଅଧିକ ଧ୍ୟାନ ଦେଇ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନା କରି ଧାନ ଜୀବନକୁ ରକ୍ଷା କରିବାକୁ ହେବ , ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।

   ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର  ରାଜ୍ୟ ପ୍ରକଳ୍ପ ଅଧିକାରୀ ମେଘନାଦ ବେହେରା ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟିର ରାଜ୍ୟ ପ୍ରକଳ୍ପ ଅଧିକାରୀ ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରୋଜେକ୍ଟର୍ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।

   ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ଏବଂ ଅତିରିକ୍ତ ଏସପି. ଶାନ୍ତନୁ କୁମାର ଦାସଙ୍କ ସମେତ ବହୁ ସଂଖ୍ୟାରେ  ବିଭିନ୍ନ ବିଭାଗୀୟ  ଜିଲ୍ଲା-ସ୍ତରୀୟ ଅଧିକାରୀ ଓ ସମସ୍ତ ବ୍ଲକ ତହସିଲଦାର ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ଓ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର କର୍ମକର୍ତ୍ତା ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

 

0
0
0
s2sdefault