ହେଡଲାଇନସ୍:

ଭଦ୍ରକ ଜିଲ୍ଲା ସ୍ତରୀୟ ୫ ‘ଟି’ କର୍ମଶାଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଓଡିଶା ସରକାରଙ୍କ ଲୋକାଭିମୁଖୀ ଶାସନର ନୂଆ ମନ୍ତ୍ର ୫ ‘ଟି’ ଅର୍ଥାତ ଜନହିତ ପାଇଁ ବୈଷୟିକ ଜ୍ଞାନର ବ୍ୟବହାର, ଦଳଗତ ପରିଚାଳନା ଏବଂ ଶାସନର ପ୍ରତି ସ୍ତରରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିଲେ ସମୟ କ୍ରମେ ବ୍ୟବସ୍ଥାର ରୂପାନ୍ତରଣ ହୋଇ ପାରିବ । ଏଥି ନିମନ୍ତେ ପ୍ରତିମାସର ୪ର୍ଥ ଶନିବାରକୁ ସ୍ୱତନ୍ତ୍ର ଭାବେ ମାନସ ମନ୍ଥନ ପାଇଁ ସ୍ଥିରୀକୃତ ହୋଇଛି । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଚିନ୍ତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ପାଇଁ ଜିଲ୍ଳା ସ୍ତରୀୟ ବିଷୟବସ୍ତୁ ଥିଲା ଅଭିଯୋଗ ପରିଚାଳନା, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ୫ ‘ଟି’ର ଆଭିମୁଖ୍ୟ ଏବଂ ଅଭିଯୋଗ ପରିଚାଳନା ପାଇଁ ନୂତନ ପଦକ୍ଷେପ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଅଧିକାରୀମାନଙ୍କୁ ୬ଟି ଗ୍ରୁପ୍ରେ ବିଭକ୍ତ କରି ବିଭିନ୍ନ ପ୍ରକାର ଅଭିଯୋଗର ତ୍ୱରିତ ସମାଧାନର ସୂତ୍ର ବାହାର କରିବାକୁ କୁହାଯାଇଥିଲା । ମନୋରମା ଭୁୟାଁ, କାର୍ତ୍ତିକ ମଣ୍ଡଳ, ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଶ୍ୱନାଥ ବିଶ୍ୱାଳ, ରାଜେନ୍ଦ୍ର ପଣ୍ଡା, ଜୟଶ୍ରୀ ସେନାପତି ଓ ଦୀପକ ରାଉତ ନିଜ ନିଜ ଦଳ ପକ୍ଷରୁ ଅଭିଯୋଗ ପରିଚାଳନା ପାଇଁ ଅଭିନବ ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ନୂତନ ଭାବେ ଅଭିଯୋଗ ପାଇଁ ଆବଣ୍ଟିତ ମୋବାଇଲ ନମ୍ବର ୬୩୭୨୭୪୪୪୯୩ ସମ୍ବନ୍ଧରେ ସୂଚନା ଦେଇଥିଲେ । ଫୋନ କଲ/ ମ୍ୟାସେଜ/ ହ୍ୱାଟ୍ସଅପ୍ ମାଧ୍ୟମରେ ଜନସାଧାରଣ ପ୍ରତି କାର୍ଯ୍ୟ ଦିବସରେ ସକାଳ୧୦ଟାରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସିଧାସଳଖ ନିଜ ଅଭିଯୋଗ ଜଣାଇ ପାରିବେ । ଜିଲ୍ଳାପାଳ ନିଜର ବ୍ୟକ୍ତିଗତ ଅନୁଭୂତିରୁ ଜନସେବା ଓ ସରକାରୀ ସ୍ତରରେ ଉପରୋକ୍ତ ୫ ‘ଟି’ର ଉପଯୋଗ ଦ୍ୱାରା ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ । ସୂଚନାଯୋଗ୍ୟ ଯେ ଭଦ୍ରକ ପୌରପାଳିକା ସମତେ ସମସ୍ତ ଜିଲ୍ଳା ସ୍ତରୀୟ କାର୍ଯ୍ୟାଳୟରେ ସଂପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ଦ୍ୱାରା ୫ ‘ଟି’ ସମ୍ବନ୍ଧୀୟ କର୍ମଶାଳା ଓ ମାନସ ମନ୍ଥନ ଅନୁଷ୍ଠିତ  ହୋଇଯାଇଛି ।

 

0
0
0
s2sdefault