ହେଡଲାଇନସ୍:

ଚୋରି ମାମଲାରେ କମ୍ପ୍ୟୁଟର ଶିକ୍ଷକ ସହ ୩ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ କୁଞ୍ଜାମୁରା ସାଲେଇଢିପ୍ ହାଇସ୍କୁଲ ରୁ ଆଲମିରା ଭାଙ୍ଗି ୮୦ ହଜାର ଟଙ୍କା ଚୋରି ଘଟଣାରେ ନାକଟିଦେଉଳ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ବାଟଗାଁ ର ସୁନୀଲ ପ୍ରଧାନ ,ଏବଂ ବୁଲୁ ମୁଖି ,ଦେବଗଡ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଅର୍ଜୁନ ମୁଖି I ସୁନୀଲ ପ୍ରଧାନ ସେହି ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି I 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ମାନେ ଗତ ୧୩ ତାରିଖ ରାତିରେ ସାଲେଇଢିପ୍ ହାଇସ୍କୁଲର ଅଫିସ ଭିତରେ ପଶି ଏକ ଲୁହା ରଡ୍ ସାହାଯ୍ୟରେ ଆଲମିରା ଭାଙ୍ଗି ସେଥିରେ ଥିବା ୮୦ ହଜାର ଟଙ୍କା ଚୋରି କରି ଫେରାର୍ ମାରିଥିଲେ I ୧୪ ତାରିଖ ସକାଳେ କର୍ମ ଚାରି ମାନେ ସ୍କୁଲ ଆସି ଆଲମିରା ଭଙ୍ଗା ଯାଇଥିବା ଦେଖି ପ୍ରଧାନ ଶିକ୍ଷକ ଙ୍କୁ ଜଣାଇଥିଲେ I

0
0
0
s2sdefault