ହେଡଲାଇନସ୍:

ଝାଡଖଣ୍ଡବାସୀଙ୍କ ପିଏନଜି  ଏବଂ ସିଏନଜି ଗ୍ୟାସ୍ ପାଇବାର ସ୍ୱପ୍ନ ପୂରଣ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାଡଖଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ

 ସ୍ୱଚ୍ଛ ଇନ୍ଧନ ଯୋଗାଇବାରେ ଏହି ପାଇପଲାଇନ୍ ମହତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ପୂର୍ବ ଭାରତର ବିକାଶ ଦିଗରେ ସହାୟକ ହେବ

 ଆଗାମୀ ଦିନରେ ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଝାଡଖଣ୍ଡର ୧୩ ଜିଲ୍ଲାରେ ପାଇପଲାଇନ ଜରିଆରେ ଗ୍ୟାସ ପହଁଚିବ ଓ ୨୫୦ ସିଏନଜି  ଷ୍ଟେସନ୍ ଆରମ୍ଭ କରାଯିବ

 ଉର୍ଜା ଗଙ୍ଗାର ବିସ୍ତାର ପୂର୍ବ ଭାରତର ବିହାର, ଝାଡଖଣ୍ଡ, ଉତରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯାଏଁ ହେବ

 ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ

 ରାଂଚିରେ ଗ୍ୟାସ ଆଧାରିତ ଉଦ୍ୟୋଗ ସମୂହ ନିର୍ମାଣ କରିବାରେ ଏହି ପାଇପଲାଇନ୍ ସାହାଯ୍ୟ କରିବା ସହ ଯୁବକଙ୍କୁ ରୋଜଗାର ଦେବାର ଅବସର ପ୍ରଦାନ କରିବ ଏବଂ ପରିବେଶ ପ୍ରଦୂଷଣକୁ ହ୍ରାସ କରିବ

 ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତନ ଆଣିବ

ରାଂଚି/ଭୁବନେଶ୍ୱର,  – ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନ୍ଜି ଏବଂ ସିଏନ୍ଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଂଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱଚ୍ଛ ଇନ୍ଧନ ଯୋଗାଇବାରେ ଏହି ପାଇପଲାଇନ୍ ମହତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ପୂର୍ବ ଭାରତର ବିକାଶ ଦିଗରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ପୂର୍ବ ଭାରତ ବିକାଶ ବିନା ଯେ ଭାରତର ବିକାଶ ଅସମ୍ଭବ ଏହା ସୁନିଶ୍ଚିତ  କରୁଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଂଚିରେ ୩ ହଜାର ଘରକୁ ପାଇପ ଜରିଆରେ ଗ୍ୟାସ୍ ପହଁଚୁଛି ଏବଂ ଖୁବ ଶୀଘ୍ର ଅଧିକରୁ ଅଧିକ ଘରକୁ ପାଇପଲାଇନ ଜରିଆରେ ଗ୍ୟାସ୍ ପହଁଚାଯିବ । ଆଗାମୀ ଦିନରେ ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଝାଡଖଣ୍ଡର ୧୩ଟି ଜିଲ୍ଲା ଯଥା ବୋକାର, ହଜାରିବାଗ, ରାମଗଡ, ବେସମ, ସିଂହଭୂମ, ପଲାମୁ, ସରାୟକେଲା, ରାଂଚି, କୋଡରମା ଏବଂ ଦେବଘର ଅଂଚଳରେ ପାଇପଲାଇନ ଜରିଆରେ ଗ୍ୟାସ ପହଁଚିବ । ସେହିଭଳି ଝାଡଖଣ୍ଡରେ ୨୫୦ ସିଏନ୍ଜି ଷ୍ଟେସନ୍ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦେଶରେ ୧୬ ହଜାର ୫୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ ନେଟୱାର୍କ ରହିଛି । ଉର୍ଜା ଗଙ୍ଗାର ବିସ୍ତାର ପୂର୍ବ ଭାରତର ବିହାର, ଝାଡଖଣ୍ଡ, ଉତରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯାଏଁ ହେବ । ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ । ତନ୍ମଧ୍ୟରୁ ୫୭୦ କିମିର ନେଟୱାର୍କ ଝାଡଖଣ୍ଡର ଭିନ୍ନ ଭିନ୍ନ ଜିଲ୍ଲାରୁ ଗତି କରିବ ।

ପ୍ରାକୃତିକ ପାଇପ୍ ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଣ ଫଳରେ ଝାଡଖଣ୍ଡବାସୀ ଲାଭବାନ ହେବେ । ଏହି ପରିବେଶ ସହଯୋଗୀ ଇନ୍ଧନ ରାଂଚିରେ ଗ୍ୟାସ ଆଧାରିତ ଉଦ୍ୟୋଗ ସମୂହ ନିର୍ମାଣ କରିବାରେ ସାହାଯ୍ୟ କରିବା ସହ ଯୁବକଙ୍କୁ ରୋଜଗାର ଦେବାର ଅବସର ପ୍ରଦାନ କରିବ ଏବଂ ପରିବେଶ ପ୍ରଦୂଷଣକୁ  ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଗଦର୍ଶନ ଏବଂ ରଘୁବର ଦାସଙ୍କ ନେତୃତ୍ୱରେ ଝାଡଖଣ୍ଡର ବିକାଶରେ ଏକ ନୂଆ ସକାଳର ଆରମ୍ଭ ହେବ ଏବଂ ଦେଶର ଶିଳ୍ପ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଇଞ୍ଜିନ ଭାବେ ପ୍ରତିଷ୍ଠା  କରିବା ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜିର କାର୍ଯ୍ୟକ୍ରମ ପାଇଁ ଝାଡଖଣ୍ଡ ଏବଂ ରାଂଚିର ଲୋକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତନ କରିବ, ଏହା ପ୍ରମାଣିତ ହେବ ଏବଂ ଝାଡଖଣ୍ଡରେ ସମୃଦ୍ଧିର ନୂଆ ଯୁଗ ଆରମ୍ଭ ହେବ ବୋଲି ସେ କହିଥିଲେ ।

ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ  ରଘୁବର ଦାସ ଏବଂ ଝାଡଖଣ୍ଡର ବରିଷ୍ଠ 

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

 

 

0
0
0
s2sdefault