ହେଡଲାଇନସ୍:

ନବ ନିଯୁକ୍ତ ଓଡ଼ିଶା  କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷଙ୍କୁ ବାରିପଦାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତାମାନଙ୍କୁ ରାଜ୍ୟର ବିଭିନ୍ନ ନିଗମ, ବୋଡର଼୍, ପରିଷଦ ଆଦିର ଅଧ୍ୟକ୍ଷ ପଦ ପଦବୀରେ ଥଇଥାନ ଉପରେ ମୋହର ଲଗାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ କେତେକ ହାରିଥିବା ନେତାଙ୍କ ସହ ଟିକଟରୁ ବଞ୍ଚିତ ହୋଇ ଦଳପ୍ରତି ଆନୁଗତ ପ୍ରଦର୍ଶନ କରିଆସୁଥିବା ନେତାମାନଙ୍କ ନାମ ରହିଛି । ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସାଧାରଣ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ଏକମାତ୍ର ୩୪ନଂ ମୋରଡ଼ା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଭାବେ ଜଣାଶୁଣା ଦେବାଶିଷ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଜି ଓଡ଼ିଶା କୃଷି ଶିଳ୍ପ ନିଗମର ନବ ନିଯୁକ୍ତ ଅଧ୍ୟକ୍ଷ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀମହାନ୍ତି ଭୂବନେଶ୍ୱରରୁ ଆସି ବାରିପଦା ପ୍ରଦକ୍ଷଣ ଗୃହରେ ପହଁଞ୍ଚିବା ପରେ ତାଙ୍କୁ ବିଜେଡ଼ି ପକ୍ଷରୁ ଏକ ଏକ ଖୋଲା ଜିପରେ ବିଶାଳ ବାଇକ ଶୋଭାଯାତ୍ରାରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନକୁ ପାଛୋଟି ଅଣାଯାଇଥିଲା । ଏହି ସମୟରେ ତାଙ୍କ ସହିତ ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ ଏବଂ ରାସ୍ତାରେ ବିଜୁ ଗୋଲେଇରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ବିଜୁ ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଶ୍ରୀମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ସୁଜିତ ମହାନ୍ତି, ସ୍ୱରୂପ ଦାସ, ସତ୍ୟରଞ୍ଜନ ପଟ୍ଟନାୟକ, ବିବେକାନନ୍ଦ ମଲ୍ଲିକ, ଶ୍ରବଣ କୁମାର ଗୋପ, ଅବଦ୍ଧୁଲ ହବିବ, କପିଲ ଖଣ୍ଡେଲୱାଲ, ସୁନୀଲ ନାୟକ, ସମ୍ବିତ ବସା, ଶୈଳେନ୍ଦ୍ର ପାତ୍ର, ଅନିରୁଦ୍ଧ ଭଞ୍ଜଦେଓ, ସଞ୍ଜୀବ ରାଉତ, ନାନୁ ମହାକୁଡ଼, ବିଜୁ ଯୁବ ବାହିନୀର ବିକାଶ ମହାକୁଡ଼, ମହିଳା ମୋର୍ଚ୍ଚା ସଭାନେତ୍ରୀ ବୀଣାପାଣି ସାହୁ, ସବିତା ବେହେରା, ଗୀତାରାଣୀ ବେହେରା ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ହଜାରେରୁ ଅଧିକ ଦଳୀୟ ନେତା , କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ । 

 

0
0
0
s2sdefault