ହେଡଲାଇନସ୍:

ନବୀନ ଗଢିଲେ ନୂଆ ପର୍ଯ୍ୟବେକ୍ଷକ ଟିମ: ଅରୁଣଙ୍କ ଜାଗାରେ ବବି, ଅତନୁଙ୍କ ଜାଗା ନେଲେ ପ୍ରତାପ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର :ପୂର୍ବରୁ ଜାରି ହୋଇଥିବା ସମସ୍ତ ଆଦେଶକୁ ବାତିଲ କରି  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସାନି ଜିଲ୍ଲା ପର୍ଯ୍ୟବେକ୍ଷକ  ନିଯୁକ୍ତ କରିଛନ୍ତି  । ଆଜି ଏହି ମର୍ମରେ ଦଳ ପକ୍ଷରୁ ପ୍ରକାଶ ପାଇଛି ସୂଚୀ | ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସଞ୍ଜୟ ଦାସବର୍ମା, ନବାଗତ ନଳିନୀ ପ୍ରଧାନଙ୍କୁ ୨-୨ଟି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ ପଦୋନ୍ନତି ଦିଆଯାଇ ତାଙ୍କୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି | ପର୍ଯ୍ୟବେକ୍ଷକ ତାଲିକାରେ ଦଳର ଦୁଇ ଯୁବ ନେତା ଡ଼ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ନାଁ ନାହିଁ | ସୂଚନାଯୋଗ୍ୟ ଯେ ଅତନୁ ଗତ ୫ ବର୍ଷ ହେବ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ରହିଥିବା ବେଳେ ଅରୁଣଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା | ପୂର୍ବରୁ ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଦେବ, ଦେବାଶିଷ ନାୟକ,ନୃସିଂହ ସାହୁ, ପ୍ରଦୀପ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରଶାନ୍ତ ନନ୍ଦ ନାମ ତାଲିକାରେ ସ୍ଥାନ ପାଇନି |  

ପ୍ରକାଶିତ ତାଲିକା ଅନୁଯାୟୀ ସଂଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ  ଚନ୍ଦ୍ରସାରଥି ବେହେରାଙ୍କୁ କୋରାପୁଟ ଓ ମାଲକାନାଗିରି,ନବକିଶୋର ଦାସଙ୍କୁ  କଳାହାଣ୍ଡି, ପ୍ରଫୁଲ୍ଳ କୁମାର ମଲ୍ଲିକଙ୍କୁ ବରଗଡ଼, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର, ମହେଶ୍ୱର ମହାନ୍ତିଙ୍କୁ  ଗଞ୍ଜାମ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଗଜପତି, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ବିଜୟ ନାୟକଙ୍କୁ ଢେଙ୍କାନାଳ,କୃତିବାସ ପାତ୍ରଙ୍କୁ ବୌଦ୍ଧ,ନିରଞ୍ଜନ ପୂଜାରୀଙ୍କୁ ଅନଗୁଳ,ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର ଓ ଦେବଗଡ଼, ପ୍ରୀତିରଂଜନ ଘଡେ଼ଇଙ୍କୁ ସୁନ୍ଦରଗଡ଼,ଦିବ୍ୟଶଙ୍କର ମିଶ୍ରଙ୍କୁ କେନ୍ଦୁଝର, ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ, ପ୍ରତାପ ଜେନାଙ୍କୁ ବାଲେଶ୍ୱର, ରଣେନ୍ଦ୍ର ପ୍ରତାପଙ୍କୁ ସ୍ୱାଇଁ ଭଦ୍ରକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ଦେବାଶିଷ ସାମନ୍ତରାୟଙ୍କୁ ଜଗତସିଂହପୁର, ପ୍ରଦୀପ କୁମାର ଅମାତଙ୍କୁ ପୁରୀ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଖୋର୍ଦ୍ଧା,ସୌଭାଗ୍ୟ ନାୟକଙ୍କୁ ନୂଆପଡ଼ା, ଉଷା ଦେବୀଙ୍କୁ କଟକ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର,ଅମର ପ୍ରସାଦ ଶତପଥୀଙ୍କୁ ନୟାଗଡ଼, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ଆୟୂବ ଖାନଙ୍କୁ ସୁବର୍ଣ୍ଣପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି |

 

0
0
0
s2sdefault