ହେଡଲାଇନସ୍:

ନିଶୁଳ୍କ ଡାଇଲେସିସ ସେବାର ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଭଟଲି ବ୍ଲକର ତୁକୁର୍ଲା ରେ ଅବସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ନିଶୁଳ୍କ ଡାଇଲେସିସ ସେବାର ଉଦଘାଟନ କରିଥିଲେ । ଦିନକୁ ଦିନ କିଡନୀ ରୋଗୀଙ୍କର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ଅଂଚଳରେ ଡାଇଲେସିସର କୋଣସି ସୁବିଧା ନଥିବାରୁ ଅଂଚଳ ବାସୀଙ୍କୁ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବା ସହିତ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା । ଏକ ଡାଇଲେସିସ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଅଂଚଳ ବାସୀ ବହୁ ଦିନ ହେଲା ଦାବି କରି ଆସୁଥିଲେ । ଆଜି ବରଗଡ଼ର ମାନ୍ୟବର ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ , PDDRDA ଶ୍ରୀ କୃତିବାସ ରାଉତ, CDMO ସାଧୁ ଚରଣ ଦାଶ , ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କର ଉପସ୍ଥିତ ରେ ଛଅ ଗୋଟି ନେଗେଟିଭି ଓ ଗୋଟିଏ ପୋଜିଟିବ ସମୁଦାୟ ସତଗୋଟି ଡାଇଲେସିସ ମେସିନ ଥିବା ଏହି ସେବାର ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଛନ୍ତି ।

0
0
0
s2sdefault