
ଭୁବନେଶ୍ୱର (ଶାସକ ପ୍ରଶାସକ): ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେଉଥିବା ବେଳେ ଏହାର ତଦାରଖ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ଗଠନ କରିଛନ୍ତି | ଏହି କମିଟିର ଆବାହକ ଭାବେ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଯୁକ୍ତ ହୋଇଥିବାବେଳେ ସଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି କମିଟିର ସଦସ୍ୟ ରହିଛନ୍ତି












