ହେଡଲାଇନସ୍:

15 ଦିନ ହେଲା ଟ୍ରାନ୍ସଫରମର ଅଚଳ:ରୋଗୀ ହନ୍ତସନ୍ତ.

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂତନ ଟ୍ରାନ୍ସଫରମର ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ  

ବରଗଡ :ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା  ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟ୍ରାନ୍ସଫରମର ଦୀର୍ଘ 15 ଦିନ ହେଲା ଅଚଳ ହୋଇପଡ଼ିଛି ଯାହାଦ୍ୱାରା ରୋଗୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଡାକ୍ତରଖାନାରେ ଥିବା ବିଭିନ୍ନ ଔଷଧ ତଥା ଟୀକା ବିଜୁଳି ଅଭାବରୁ ନଷ୍ଟ ହେବାକୁ ବସିଲାଣି. ଡାକ୍ତରଖାନାରେ ସ୍ୱାଭାବିକ ଭାବେ ବିଭିନ୍ନ ପରୀକ୍ଷା ମଧ୍ୟ ଉକ୍ତ କାରଣରୁ ହୋଇପାରୁନି ଯାହା ଫଳରେ ରୋଗୀଙ୍କଚିକିତ୍ସା ବାଧାପ୍ରାପ୍ତ ହେଉଛି |  ଏନେଇ ସ୍ଥାନୀୟ ଲୋକେ ଅନେକ ଥର ବିଭାଗୀୟ କର୍ମଚାରୀମାନଙ୍କୁ ଅବଗତ କରେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି. ଏହାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ଲେଖିଛନ୍ତି । ରାଜ୍ୟ ସରକାର , ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ୱତନ୍ତ୍ର ଧ୍ୟାନ ଦେଇ ଶୀଘ୍ର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

0
0
0
s2sdefault