ହେଡଲାଇନସ୍:

ଅନ୍ତଃରାଜ୍ୟ ବ୍ୟାଘ୍ର ସଂରକ୍ଷଣ ସମ୍ବନ୍ଧୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ସଦ୍ଦ୍ଭାବନା ସଭାଗୃହରେ ସୁନାବେଡା ବନଖଣ୍ଡ ବିଭାଗ ତରଫରୁ ଏକ ଅନ୍ତଃରାଜ୍ୟ ବ୍ୟାଘ୍ର ସଂରକ୍ଷଣ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୁନାବେଡା ଅଭୟାରଣ୍ୟ ଏବଂ ଉଦନ୍ତି ସୀତାନଦୀ ବ୍ୟାଘ୍ର ସଂରକ୍ଷିତ ଅଂଚଳ ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ପହଞ୍ଚ ତଥା ଅପହଞ୍ଚ ଗୁଡିକରେ କ୍ୟାମେରା ଟ୍ରାଙ୍କି କିପରି ମଜବୁତ୍ କରିହେବ ଏବଂ ବାଘ ର କିପରି ସଠିକ୍ ସ୍ଥିତି ଅନୁସରଣ କରିହେବ  ଏ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା । ବ୍ୟାଘ୍ର ପ୍ରକଳ୍ପର  ସହ ସାଧାରଣ ନିଦେ୍ର୍ଧଶକ ତଥା ମେମ୍ବର ସେକ୍ରେଟେରୀ ଏନ.ଟି.ସି.ଏ ଡ. ଅନୂପ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଟି ପରିଚାଳିତ ହୋଇଥିବା ବେଳେ ଆର.ସି.ସି.ଏଫ ଭବାନୀପଟଣା ଅଭିରାମ ନାଏକ,ଏଡିସନାଲ  ପି.ସି.ସି.ଏଫ ଓଡିଶା ଶଶି ପଲ୍, ମୁଖ୍ୟ ଜଙ୍ଗଲ ସୁରକ୍ଷା ଅଧିକାରୀ ଛତିଶଗଡ ସଙ୍ଗୀତା ଦେବୀ, ଏନ.ଟି.ସି.ଏ ର ସାଧାରଣ ଉପ ନିରୀକ୍ଷକ ସୁରେନ୍ଦର ମେହରା, ଏଡିସନାଲ ପି.ସି.ସି.ଏଫ ଛତିଶଗଡ ଜେ.ଏ.ସି.ଏସ୍ ରାଓ, ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର ନିର୍ଦ୍ଦେଶକ କେ.କେ.ଦିଶେନ,  ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ଥିଲେ । ସୁନାବେଡା ଏବଂ ସିମାନ୍ତ ଛତିଶଗଡ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ସମସ୍ତ ବନଖଣ୍ଡ ଅଧିକାରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । 

 

0
0
0
s2sdefault