ହେଡଲାଇନସ୍:

ବାଃ.. ଡାକ୍ତର ହିତାକାଂକ୍ଷୀ : ନାଁ ଯେମିତି କାମ ବି ସେମିତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗର୍ଭବତୀ  ମହିଳାଙ୍କୁ ରକ୍ତ ଦେଇ ପ୍ରମାଣିତ କଲେ ନିଜ ମଣିଷ ପଣିଆ 

ବରଗଡ :- ଡାକ୍ତର ମାନେ ହେଉଛନ୍ତି ଭଗବାନ । ରୋଗୀ ମାନଙ୍କର ଉପଯୁକ୍ତ ଚିକିତ୍ସା କରି ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିବା ଯୋଗୁ ଡାକ୍ତର ମାନଙ୍କୁ ଭଗବାନ ଙ୍କର ରୂପ ବୋଲି କୁହାଯାଏ । ବିଶ୍ୱାସର ଅନ୍ୟ ନାମ ଡାକ୍ତର | କିଛି କଳଙ୍କିତ ବ୍ୟକ୍ତିଙ୍କ ପାଇଁ ବା  କେବେ କେବେ ଘଟଣା ଚକ୍ରରେ ଡାକ୍ତର ଡାକ୍ତରୀ ପେଶା ଉପରକୁ ଅଂଗୁକି ଉଠିଥାଏ | କିଛି ଡାକ୍ତର ନିଜ ସେବା ମନୋଭାବରୁ ଅଲଗା ହେଇ ସେବା ପରିବର୍ତେ ବ୍ୟବସାୟ କରିବାରେ ବ୍ୟସ୍ତ ।  ହେଲେ ବହୁତ ଡାକ୍ତର ଅଛନ୍ତି, ଯେଉଁମାନଙ୍କ ପାଇଁ ଡାକ୍ତରୀ ପେଶା ନୁହେଁ, ଏକ ବ୍ରତ ବା ସାଧନା |  ଆଜି ବି ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ କି ସମ୍ପୂର୍ଣ୍ଣ ଭାବରେ ନିଜକୁ ରୋଗୀଙ୍କର ସେବାରେ ନିୟୋଜିତ କରି ଦେଇଛନ୍ତି । ଆଉ ଖୁସିର କଥା ବର୍ତ୍ତମାନର ଯୁବ ପିଢ଼ିର ଡାକ୍ତରମାନଙ୍କ ମାନଙ୍କ ମଧ୍ୟରୁ ଅନେକଙ୍କ ଭିତରେ ଡାକ୍ତରୀ ଏକ ଚାକିରୀ ବା ଅର୍ଥ ଉପାର୍ଜନର ମାଧ୍ୟମ ନୁହେ, ଏହାଏକ ଉତ୍ତରଦାୟିତ୍ୱ | ମୁଖ୍ୟତଃ ଯୁବ ଡାକ୍ତର ବନ୍ଧୁ ମାନେ ନିଜ ନିଜର ସେବା କାର୍ଯ୍ୟ ପାଇଁ ପାଲଟି ଯାଇଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ଓ ସାଉଣ୍ଟୁଛନ୍ତି ସ୍ନେହ ଓ ସଦିଛା  ।

      ଠିକ ଏହିଭଳି ଜଣେ ଡାକ୍ତର ଭଲ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ସେ ହେଉଛନ୍ତି  ମହିଳା ଯୁବ ଡାକ୍ତର ଡ଼ ହିତାକାଂକ୍ଷୀ  ପ୍ରଧାନ | ବରଗଡ଼ ଜିଲ୍ଲା  ଭୁକ୍ତା ସରକାରୀ ଡାକ୍ତରଖାନାରେ କାର୍ଯରତ ଅଛନ୍ତି । ଭାରି ନାଁ ଆଉ ଲୋକପ୍ରିୟତା ତାଙ୍କର |  ଭୁକ୍ତା ନିକଟସ୍ଥ ତିଳେଇମାଲ ଗ୍ରାମର ଜୟଦେବ ଭୁଏଙ୍କର ପତ୍ନୀ ସାକ୍ଷୀ ଭୁଏ ସାତ ମାସର ଗର୍ଭବତୀ । ଗତକାଲି ଡାକ୍ତର ହିତାକାଂକ୍ଷୀ ପ୍ରଧାନ ତିଳେଇମାଲ ଗ୍ରାମକୁ ଯାଇଥିବା ସମୟରେ  ସାକ୍ଷୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷାର ରିପୋର୍ଟ ଦେଖି ଜାଣିବାକୁ ପାଇଥିଲେ ଯେ ସାକ୍ଷୀଙ୍କର ରକ୍ତରେ ହିମୋଗ୍ଲୋବିନ ମାତ୍ର 5 .8 ରହିଛି । ଆଉ ଅନୁଭବ କଲେ ଯେ, ତାଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ରହିଛି | ତେଣୁ ଡାକ୍ତର ତାଙ୍କୁ ତୁରନ୍ତ 102 ଆମ୍ବୁଲାନ୍ସ ଯୋଗେ ବରଗଡ଼ ପଠାଇ ଦେଇଥିଲେ । ସେଠାରେ ରକ୍ତ ଦେବା ପାଇଁ ବ୍ଲଡ଼ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିବଦଳରେ ଜଣେ ଡୋନର ଆବଶ୍ୟକ କଲେ | ବୋଧ ହୁଏ  ସଚେତନତା ଅଭାବ ହେଉ ବା ଅଜ୍ଞାନତା ଅବା ରକ୍ତଦାନ ସମ୍ପର୍କରେ ଭୟ ଥିବା କାରଣରୁ ଜୟଦେବ ନିଜ ସ୍ତ୍ରୀ କୁ ରକ୍ତ ଦେବା ପାଇଁ ମନା କରିଦେଇଥିଲେ । ସନ୍ଧ୍ୟା ସମୟରେ ସାକ୍ଷୀ ସହିତ ଯାଇଥିବା ଆଶା ଦିଦି ଡାକ୍ତର ହିତାକାଂକ୍ଷୀଙ୍କୁ ଫୋନ କରି କହିଲେ ଯେ ସାକ୍ଷୀଙ୍କୁ ରକ୍ତ ଦେବାକୁ ହେଲେ ଜଣେ ରକ୍ତଦାତା ଓ ତାଙ୍କ ସ୍ୱାମୀ କୁଣ୍ଠା ବୋଧ କରୁଛନ୍ତି | ଏହା ଶୁଣିବା ପରେ  ଡାକ୍ତର ହିତାକାଂକ୍ଷୀ ତୁରନ୍ତ ନିଜେ ରକ୍ତ ଦେବା ପାଇଁ ରାଜି ହେଇ ରକ୍ତ ଭଣ୍ଡାର ଅଧିକାରୀ ଙ୍କୁ ଫୋନ କରି ସାକ୍ଷୀଙ୍କୁ ରକ୍ତ ଚଢାଇବା ପାଇଁ ଅନୁରୋଧ କରିଥିଲେ । ତାପରେ ସେଠାରେ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ମିଳିଥିଲା ସାକ୍ଷୀଙ୍କୁ | ଆଉ ଏପଟେ କିନ୍ତୁ ନିଜ ଉତ୍ତର ଦାୟିତ୍ୱ ଭୁଲି ନଥିଲେ ଡାକ୍ତର ହିତାକାଂକ୍ଷୀ | ସେ ସମସ୍ତ ରୋଗୀ ଦେଖି ସାରି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ସମୟରେ ଭୁକ୍ତାରୁ ବରଗଡ଼ 45 କି କିଲୋମିଟର ନିଜ କାର ରେ ଡ୍ରାଇଭ କରି ରକ୍ତଭଣ୍ଡାର ରେ ରକ୍ତ ଦେଇଥିଲେ ସାକ୍ଷୀ ବେଈଥିବା ରକ୍ତର ପ୍ରତିବଦଳରେ | ଆଉ ଆକାଂକ୍ଷିତାଙ୍କ ଏହି ମଣିଷ ପଣିଆକୁ ନେଇ ଏବେ ଚର୍ଚା | ବାସ୍ତବିକ ଡାକ୍ତର ହିତାକାଂକ୍ଷୀଙ୍କୁ ଯେତେ ପ୍ରଶଂସା କଲେ ବି କାମ ହେବ | ଆଉ ତାଙ୍କର ଏଇ ମଣିଷ ପଣିଆ ଡାକ୍ତରମାନଙ୍କୁ ପ୍ରେରିତ କରିବା ଓ ଡାକ୍ତରଙ୍କ ପ୍ରତି ରୋଗୀଙ୍କ ମନରେ ଥିବା ଆସ୍ଥା ଓ ବିଶ୍ୱାସକୁ ମଜଭୁତ କରିବ | ବାସ୍ତବିକ ପିତୃ ମାତୃ ଦତ୍ତ ନାଁର ସାର୍ଥକତା ପ୍ରମାଣିତ କରିଛନ୍ତି  ଡାକ୍ତର ହିତାକାଂକ୍ଷୀ|  

 ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ  ଉତ୍ତମ ଗ୍ରାମ ନିବାସୀ ଅବସର ପ୍ରାପ୍ତ ଡ଼ିଏଫଓ  ଶ୍ରୀ ସୀତାରାମ ପ୍ରଧାନ ଓ ଶ୍ରୀମତୀ ସୁମତୀ ପ୍ରଧାନ ଙ୍କର ବଡ଼ ଝିଅ ହେଉଛନ୍ତି ହିତାକାଂକ୍ଷୀ | ତାଙ୍କର ସାନ ଭାଇ ଶ୍ରୀ ଚିନ୍ମୟ ପ୍ରଧାନ ବର୍ତମାନ ଜବଲପୁରରେ ଅର୍ଥୋପେଡିକ ରେ PG କରୁଛନ୍ତି ଓ ସାନ ଭଉଣୀ ସୁଶ୍ରୀ ପଦ୍ମଜା ପ୍ରଧାନ ଏସସିବି ମେଡ଼ିକାଲ ରେ ଡାକ୍ତରୀ ଛାତ୍ରା । ଆମ ରାଜ୍ୟ ଓଡ଼ିଶାରୁ ମାତୃ ଶିଶୁ ମୃତ୍ୟୁ ହାରକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଛି । ବରଗଡ଼ ଜିଲ୍ଳା ଅମ୍ବାଭୋନା ପରି ଏକ ଉପାନ୍ତ ଅଞ୍ଚଳର ପ୍ରସୂତି ମହିଳା ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଖୋଦ ଡ଼ାକ୍ତର ରକ୍ତ ଦେଇ ଜଣେ ପ୍ରସୂତି ମାଆର ଜୀବନ ବଞ୍ଚାଇବା ପରି ଘଟଣା ଆମ ସମାଜ ପାଇଁ ଏକ ସକାରାତ୍ମକ ସନ୍ଦେଶ ଦେଉଛି । ଏଭଳି ମହତ କାମ ପାଇଁ ମହିଳା ଡ଼ାକ୍ତର ହିତାକାଂକ୍ଷୀ ପ୍ରଧାନଙ୍କୁ ସବୁ ମହଲରେ ବେଶ ପ୍ରଶଂସା କରା ଯାଉଛି ।

0
0
0
s2sdefault