ସୁନ୍ଦରଗଡ଼ / horachand deuria :- ସାପ୍ତାହିକ ସର୍ଗିପାଲି ବଜାର ରୁ ବିଭିନ୍ନ ଜାଗାକୁ କୃଷି ଓ ଚାଷର ଅଭିମୁଖ ନେଇ ସୃଷ୍ଟି ହୋଇଥିବା ଗାଈ ବଜାରରୁ ଗୋ ଚାଲାଣ ହେଉଥିବା ସମୟରେ ସୁନ୍ଦରଗଡ଼ ଟାଉନ ଥାନା ଦୁଇଶହ ମିଟର ରେ ଥିବା ରଙ୍ଗାଢିପା ଛକରେ କିଛି ରୁଗୁଣ ଗାଈକୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଖବର ସ୍ଥାନୀୟ ଯୁବକଙ୍କୁ ମିଳିଥିଲା | ସେ ସମୟରେ ସହରର୍ ବିଭିନ୍ନ ହିନ୍ଦୁ ମୌଳବାଦୀ,ସାମାଜିକ ସଂଗଠନ ସାଧାରଣ ଜନତା ଉକ୍ତ ଜାଗାରେ ଭିଡ଼ ଜମାଇଥିଲେ |ଏହି ସମୟରେ ଦୁଇଟି ଗାଈ ବୋଝେଇ ଗାଡି ରଙ୍ଗାଢିପାରେ ଭିଡଥିବା ଜନତାଙ୍କୁ ଦେଖି ଡ୍ରାଇଭର ୨ଜଣ ପଳାୟନ କରିଥିଲେ | ତାପରେ ଜନତା ମଧ୍ୟରେ ଏକ ଅସନ୍ତୋଷ ପ୍ରକଟ ହୋଇଥିଲା ଏହାକୁ ସାମୁହିକ ଭାବରେ ସମସ୍ତ ସାଧାରଣ ଜନତାଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା | ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ କିଂ କର୍ତ୍ତବ୍ୟ ବିମୁଢ ହୋଇଯାଇଥିଲେ | ଉତ୍ତ୍ୟକ୍ତ ଜନତା ଧରାପଡିଥିବା ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ | ପରେ ଅଗ୍ନିଶମ ବିଭାଗ ର୍ ପହଁଚି ନିଆଁ କୁ ଆୟତ୍ତ କରିଥିଲେ | ଏହାକୁ ନେଇ ସହର ରେ ଚାପା ଗୁଞ୍ଜରଣା ସୃଷ୍ଟି ହୋଇଛି | ପୂର୍ବରୁ ଉକ୍ତ ଗୋ ବଜାର ନେଇ ବୁଦ୍ଧିଜୀବି ମହଲରେ ସର୍ଗିପାଲି ଏବଂ ସିକଜୋର ଗାଈ ବଜାରକୁ ବନ୍ଦ କରିବା ପାଇଁ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କିଛି ରାଜସ୍ୱ ପାଇଁ ଚୁପହୋଇ ବସି ରହିଛି | ଭବିଷ୍ୟତରେ ଏନେଇ କୌଣସି ପ୍ରକାର ସମ୍ପ୍ରଦାୟିକ ଦଙ୍ଗା ନ ହେବ ବୋଲି କିଏ କହିପାରିବ, ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଅଛି |
ରାଜ୍ୟ
ଗୋଚାଲାଣ ନେଇ ସୁନ୍ଦରଗଡ଼ ରେ ବିବାଦ;ଟାଉନ ଥାନା ନିକଟରେ ପୋଡାଜଳା
- Hits: 647