ହେଡଲାଇନସ୍:

ବଦଳିଲେ ଦୁଇ ଜିଲ୍ଲାର ଜିଲ୍ଲାପାଳ : ସରୋଜ ସାମଲଙ୍କୁ ଝାରସୁଗୁଡା, ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ବରଗଡ଼ ଜିଲ୍ଲା ଦାୟିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ବଦଲିଲେ ବରଗଡ ଓ ଝାରସୁଗୁଡା ଜିଲ୍ଲାପାଳ । ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ବଦଳି କରାଯାଇ ତାଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍‍ ଅଫିସର ଜ୍ୟୋତି ରଞ୍ଜନ ପ୍ରଧାନ ହେଲେ ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ସେହିପରି ବରିଷ୍ଠ ଓଏଏସ୍‍ ଅଫିସର ସରୋଜ କୁମାର ସାମଲଙ୍କୁ  ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓଏଏସ୍‍ ଅଫିସର ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ଓ ଇଏସ୍‍ଆଇ ବିଭାଗର ସ୍ୱତନ୍ତ୍ର ଭାବେ ନିଯୁକ୍ତି ମିଳିଛି । ଡକ୍ଟର ବନାନୀ ମହାନ୍ତି  କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ ସନ୍ତୋଷୀ ସାହୁ ଙ୍କୁହେଲେ ବୋର୍ଡ ଅଫ୍‍ ରେଭେନ୍ୟୁର ଯୁଗ୍ମ ସଚିବ ଓ ବିଶ୍ୱନାଥ ରଥଙ୍କୁ  ସୁନ୍ଦରଗଡ ଡିଆରଡିଏର ଏପିଡି ଭାବେ ଅବସ୍ଥାପିତ କରାଯାଇଛି ।

0
0
0
s2sdefault