ହେଡଲାଇନସ୍:

ଦୁଇ ବିଭାଗ ଭିତରେ ବାଡ଼ ପଡିବ : ଉଚ୍ଚସ୍ତରୀୟ ବୈଠକରେ ହେଲା ନିଷ୍ପତ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ଦୀର୍ଘ ଦିନର ସମ୍ପର୍କରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିବ | ଦୁଇ ବିଭାଗ ମଧ୍ୟରେ ପଡିବ ବାଡ଼ | ଆଜି ଉଚ୍ଚଶିକ୍ଷା ଓ ସ୍କୁଲ- ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆ ଯାଇଛି | 

ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରାଯାଇ ପୃଥକୀକରଣ କାର୍ଯ୍ୟ ଶେଷ କରାଯିବ ବୋଲି ବୈଠକ ପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲାା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ) ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲୋ ରାଜ୍ୟର କେତେକ ସ୍ଥାନରେ ଇତି ମଧ୍ୟରେ ଯୁକ୍ତ-୨ ଏବଂ ଯୁକ୍ତ-୩ ମହାବିଦ୍ୟାଳୟ ପୃଥକ ଭାବରେ କାର୍ଯ୍ୟ କରୁଛିା ତେବେ ଯେଉଁ କମ୍ପୋଜିଟ ମହାବିଦ୍ୟାଳୟଗୁଡ଼ିକରେ ଯୁକ୍ତ-୨ ଏବଂ ଯୁକ୍ତ-୩ ମହାବିଦ୍ୟାଳୟ ସହିତ ରହିଛି ସେଠାରେ ପର୍ଯ୍ୟାୟକ୍ରମେ ଯୁକ୍ତ-୨କୁ ପୃଥକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲାା ପାଠପଢ଼ା ସୁବିଧା ନିମନ୍ତେ ଯୁକ୍ତ-୨ ଏବଂ ଯୁକ୍ତ-୩ ଶ୍ରେଣୀଗୃହକୁ ପୃଥକ କରାଯିବ | ପର୍ଯ୍ୟାୟକ୍ରମେ ଯୁକ୍ତ-୨ ଓ ଯୁକ୍ତ-୩ର ଭିତ୍ତିଭୂମିକୁ ପୃଥକ କରାଯିବ |  ଯୁକ୍ତ-୨ରେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ଯୁକ୍ତ-୨ରେ ଶିକ୍ଷକ ଆବଶ୍ୟକତାକୁ ଅନୁଭବ କରି ଯୁକ୍ତ-୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁକ୍ତ-୩ ଅଧ୍ୟାପକମାନଙ୍କୁ ନିୟୋଜିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା | ଏଥି ସହିତ ବୈଠକରେ ମହାବିଦ୍ୟାଳୟର ଜମିଜମା ସମସ୍ୟା ଭିତ୍ତିଭୂମିର ସଠିକ୍ ପରିଚାଳନା, କର୍ମଚାରୀ ବଣ୍ଟନ ଆଦି ପ୍ରସଙ୍ଗ ସଂପର୍କରେ ଆଲୋଚନା କରାଯାଇଥିଲାା

ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ ମିଶ୍ର, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱବ୍ୟାଙ୍କ ପ୍ରକଳ୍ପ, ଓଡ଼ିଶା ହାୟର ଏଜୁକେସନ୍ ପ୍ରୋଗ୍ରାମ ଫର ଏକ୍ସିଲେନ୍ସ ଆଣ୍ଡ ଇକୟୁପିଡ଼୍ ଶ୍ରୀ ପରମେଶ୍ୱରନ ବି.ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ 

0
0
0
s2sdefault