ହେଡଲାଇନସ୍:

ହାଇୱା ପଛ ପଟେ ଧକ୍କା ହେଲା ବାଇକ : ବାଇକ ଆରୋହୀଙ୍କ ମୃତ୍ୟୁ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ/ ଗଗନ ପ୍ରଧାନ : ଦାରିଂବାଡ଼ି ଠାରେ  ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥଲିକ ଚର୍ଚ୍ଚ ସମ୍ମୁଖରେ ହାଇୱାକୁ ପଛପଟୁ ବାଇକ ଧକା ଦେବା ଦ୍ୱାରା ଘଟଣା ସ୍ଥଳରେ  ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକଚାଳକ  ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଡ଼ବେରୀ ଗ୍ରାମର ଅଜିତ ମଲିକ (୩୪)। ତ୍ରିଶକ୍ତି କନଷ୍ଟ୍ରକସନ ନାମକ ଏକ ଘରୋଇ  କମ୍ପାନୀର ହାଇୱା ନଂ(ଓଡ଼ି-୦୭-ଇ-୧୨୪୭) ଚର୍ଚ୍ଚ ସମ୍ମୁଖ ରାସ୍ତାରେ ଖରାପ ହୋଇ ରହିଥିଲା. ଏତି  ବେଳେ ଗତ କାଲି ମଧ୍ୟ ରାତ୍ରିରେ ଟିଭିଏସ ବାଇକ ନଂ(ଓଆର-୦୭-କେ-୭୯୨୨) ପଛପଟୁ ଧକା ଦେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳେ ହିଁ ମୃତ୍ୟୁ ହୋଇଛି।  ଦାରିଂବାଡ଼ି ପୁଲିସ ସେ ଠାରେ ପହଂଚି ମୃତ ଦେହ ଜବତ କରିଥିଲା |ଏହି ଘଟଣାକୁ ନେଇ ପୁଲିସ ଦଫା 279, 304(A)ରେ 81/2019 ମାମଲା ରୁଜୁ କରି ଶବ ବ୍ୟବଛେଦ କରି ଘଟଣାର ତଦନ୍ତ ଚଲାଇ ଥିବା ଦାରିଂବାଡ଼ି ଥାନାଧିକାରି ଅଲେଖ ଗଡ଼ତିଆ ସୂଚନା ଦେଇ ଛନ୍ତି.|

0
0
0
s2sdefault