ହେଡଲାଇନସ୍:

ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ : ୨୬ ଦିନ ପରେ କବର ତଳୁ ବାହାର କରାଗଲା ଶବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି/ ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ କେ. ନୁଆଗାଁ ବ୍ଲକ କୁଡୁପାକିଆ ଗ୍ରାମରେ 26 ଦିନ ପରେ ସମାଧିରୁ ଖୋଳାଗଲା ଗଳିତ  ଶବ | ଏ ଘଟଣାକୁ ନେଇ  ଏ  ଅଂଚଳରେ ଚଞ୍ଚଲ୍ୟ ଖେଳି ଯାଇଛି.|

ସୂଚନା ଅନୁଯାୟୀ ଶିରିତୀଗୁଡ଼l ପଞ୍ଚାୟତ କୁଡ଼ୁପାକିଆ ଗ୍ରାମର ମୃତ ପେଦ୍ର ଦିଗାଲ 58 ଓ ଲୋକନାଥ ଦିଗାଲ ଗତ ମାସ 25 ତାରିଖ ଦିନ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ | ହେଲେ ପେଦ୍ର ଦିଗାଲ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ପେଦ୍ର ଦିଗାଲଙ୍କ ମୃତ ଦେହ ଗସlନାଜୁ ଗ୍ରାମ ବଡ଼ ନଦୀର ଏକ ବୁଦାରୁ ଶବଟି ପାଇଥିଲେ | ଏହା ପରେ ସ୍ଥାନୀୟ ସମାଧିରେ ଶବଟି କୁ ପୋତି ଦିଆଯାଇଥିଲା  l ଏହାର୍ କିଛି ଦିନ ପରେ ପେଦ୍ର ଦିଗାଲକୁ ହତ୍ୟା କରି ନଦୀରେ ପକାଇ ଦେଇ ଥିବା ଜାଣି ସ୍ତ୍ରୀ ବିମଳା ଦିଗାଲ 19 ତାରିଖ ଦିନ କ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ l ଏହା ପରେ ମାଜିଷ୍ଟ୍ରେଟ  ଉପସ୍ଥିତରେ ଶବଟିକୁ କବରରୁ  ବ୍ରହ୍ମପୁର ମେଡିକାଲକୁ ପଠl ଯାଇଥିବା ସହ ସନ୍ଦେହ ଘେରରେ ଲୋକନାଥ ଦିଗାଲକୁ ଥାନାରେ ଅଟକ ରଖା ଯାଇଛି l ଘଟଣାକୁ ନେଇ 46/2019 ମାମଲା ରୁଜୁ କରି ତଦନ୍ତ ଚାଲି ଥିବା ଥାନାଧିକାରୀ ଚାନ୍ଦମଣି ସିଂ,ପ୍ରକାଶ କରିଛନ୍ତି l ଘଟଣା ସମ୍ପର୍କରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ  ଅଧିକ୍ଷକଙ୍କ ମଧ୍ୟ ମତାମତ ଗ୍ରହଣ କରାଯାଇ ଥିଲା | . ଘଟଣାର ତଦନ୍ତ ଚାଲି ଥିବା ବାଲିଗୁଡା ଉପଖଣ୍ଡ ଆରକ୍ଷୀ  ଅଧିକ୍ଷକସୂଚନା ଦେଇଛନ୍ତି |

 

0
0
0
s2sdefault