ହେଡଲାଇନସ୍:

ରାଜନୀତିରୁ ଊର୍ଦ୍ଧ୍ବରେ ଉଠି ଲୋକଙ୍କ ସେବା କରିବାକୁ ରଘୁନନ୍ଦନଙ୍କ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲିକୁଦା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯାଜନା କାର୍ଯ୍ୟାଦେଶ ବଣ୍ଟନ

 ଜଗତସିଂହପୁର:(ରମେଶ ମହାନ୍ତି)- ଆଜି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ଆବାସ ବଣ୍ଟନ ମେଳାରେ ବାଲିକୁଦା-ଏରସମା ବିଧାୟକ ତଥା ଓଡିଶାର ଜଳସମ୍ପଦ,ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ୪ମାସ ମଧ୍ୟରେ ଘର ସଂପୂର୍ଣ୍ଣ କଲେ ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ପାଇବେ।ଏହି ଯୋଜନାରେ ସମସ୍ତ ହିତାଧିକାରୀ ମାନେ ଘର ପାଇପାରିବେ।ଦିବ୍ୟାଙ୍ଗ ଓ ଘରପୋଡି ଯାଇଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ଗୃହ ଯୋଗାଇ ଦିଆଯିବ।ରାଜନିତୀରୁ ଉର୍ଦ୍ଧରେ ଉଠି ଜନସାଧାରଣଙ୍କ ସେବା କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।ଏଥିସହିତ ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଯଦି କୈାଣସି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହୁଏ,ତାହାକୁ ପ୍ରଶାସନର ଦୃଷ୍ଟିକୁ ଆଣି ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।ଉକ୍ତ ବାଲିକୁଦା ବ୍ଲକର ପ୍ରତି ପଞ୍ଚାୟତରୁ ୧୦ଜଣ ଲେଖାଁଏ ଯୋଗ୍ୟ ହିତାଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବାଲିକୁଦା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ କଲ୍ୟାଣୀ ପଟ୍ଟନାୟକ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୪୮ ଗୋଟି ଘର ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ସେଥି ମଧ୍ୟରୁ ଆଜି ୧୬୭୬ଟି ଘର ପାଇଁ କାର୍ଯ୍ୟାଦେଶ ଦିଆଯିବ।ଏତଦବ୍ୟତୀତ ଏହି ହିତାଧିକାରୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦ ଦିନର ଅଣ କୁଶଳ ମଜୁରୀ ବାବଦକୁ ୧୬,୯୨୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ।ପଂଚାୟତ ସମିତିର ଅଧ୍ୟକ୍ଷା ମଧୁସ୍ଣୀତା ସାହୁ ଯୋଗଦେଇ ଆବାସ ଯୋଜନାରେ ଘର ପାଇବା ପାଇଁ କୈାଣସି ଉତ୍କୋଚ୍ଚ ନ ଦେବାକୁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିବା ବେଳେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ ଯୋଗଦେଇ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ।ପ୍ରାରମ୍ଭରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଆବାସ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ଏହି ଆବାସ ମେଳାରେ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା,ପଞ୍ଚାୟତ ସମିତିର ସଭ୍ୟ,ସଭ୍ୟା,ସରପଞ୍ଚ,ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସେଠୀଙ୍କ ସମେତ ୩୦ଟି ପଂଚାୟତରୁ ଆସିଥିବା ହିତାଧିକାରୀମାନେ ଉପସ୍ଥିତ ଥିଲେ।ପରେ ମନ୍ତ୍ରୀ ଶ୍ରୀ ଦାସ ବାଲୁକୁଦା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ,କନିଷ୍ଠ ଯନ୍ତ୍ରୀ,ଗ୍ରାମୀଣ ରୋଜଗାର ସେବକଙ୍କ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ବାଲିକୁଦା ବ୍ଲକକୁ ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ସମସ୍ତ କର୍ମଚାରୀମାନେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ |

 

0
0
0
s2sdefault