ହେଡଲାଇନସ୍:

" ମହାପୁରୁ ଆମର ମନ୍ତିରୀ ସୁଶାନ୍ତ କେ ସବୁଦିନ ଭଲସେ ରଖି ଥାଉନ । "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଚାନକ ଆହାର କେନ୍ଦ୍ରରେ ପହଁଚିଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ / ସୋହେଲା :- ସକାଳୁ ସକାଳୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିବାକୁ ଆସିଥାନ୍ତି ଏକ ବୃଦ୍ଧ ଦମ୍ପତ୍ତି | ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ମନ୍ତ୍ରୀ ଶ୍ରୀ ସିଂ ତୁରନ୍ତ ଡକାଇଲେ | ମନ୍ତ୍ରୀଙ୍କୁ ତାଙ୍କର ସମସ୍ୟା  ବଦଦରେ ଜଣାଇବା ପରେ ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ଶ୍ରୀ ସିଂ | ମନ୍ତ୍ରୀଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇଁ ଏଜି ଦମ୍ପତ୍ତି ଠୁକୁରୁ ଠୁକୁରୁ ଚାଲି ଫେରି ଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ସିଂ ଅନୁଭବ କଲେ ଯେ ଯେ ବୃଦ୍ଧ ଦମ୍ପତ୍ତି ଙ୍କୁ ଚାଲିବା ପାଇଁ ଅସୁବିଧା ହେଉଛି । ମନ୍ତ୍ରୀ କଣ ଭାବିଲେ କେଜାଣି, ଡ୍ରାଇଭରଙ୍କୁ ଡାକିଲେ ଓ ନିର୍ଦେଶ ଦେଲେ ଯେ ଏ ମଉସା ମାଉସୀଙ୍କୁ ଯାଇ ଛାଡ଼ିଦେଇ ଆସ |  ଡ୍ରାଇଭର ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବୃଦ୍ଧ ଦମ୍ପତ୍ତିଙ୍କୁ  ମନ୍ତ୍ରୀଙ୍କ ଗାଡ଼ିରେ  ଗନ୍ତବ୍ୟ ସ୍ଥଳରେ ଛାଡି ଦେଇ ଆସିଥିଲେ । ଗାଡ଼ିରେ ଚଢିବା ପୂର୍ବରୁ ବୃଦ୍ଧା ଜଣକ ମନ୍ତ୍ରୀଙ୍କୁ ଅନେକ ଆଶୀର୍ବାଦ ଦେଇଥିଲେ । ଗଲାବେଳେ ବୁଢ଼ୀ ମାଉସୀ କହିଥିଲେ  ଯେ ଆମେ ବହୁତ ନେତା ମନ୍ତ୍ରୀ ଦେଖିଛୁ | ହେଲେ ଆମର ସୁଶାନ୍ତ ବାଗିର କେହି ନାଇନ । ମହାପୁରୁ ସବୁଦିନ ସୁଶାନ୍ତ କେ ଭଲସେ ରଖି ଥାଉନ ।" ଆଉ ବୁଢ଼ୀ  ମାଉସୀଙ୍କୁ ହାତ ଯୋଡି ବିଦା କଲାବେଳେ ବୃଦ୍ଧ ଦମ୍ପତ୍ତି ତାଙ୍କୁ ଆଶୀର୍ବାଦ ଦେଇଥିଲେ | ସତରେ ଅନେକ ବଡ ବଡ ଲୋକଙ୍କୁ ଏଇ  ଛୋଟ ଛୋଟ କଥା ଗୁଡାକ ଆଖିରେ ପଡେନାହିଁ | ହେଲେ ଏମିତି କଥା ମନ୍ତ୍ରୀ ସୁଶାନ୍ତଙ୍କ ମନକୁ ଆନ୍ଦୋଳିତ କରିଥାଏ | ସେ ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେଇ ହେଉ, କି ବସ ଦୁର୍ଘଟଣାର ଆହତଙ୍କୁ କାନ୍ଧେଇ ଡାକ୍ତର ଖାନାକୁ ଟେକି ନେବା ହେଉ ବା ବୋଲଗଡ ଠାରେ ରାସ୍ତା  ଉପରେ ଦୁର୍ଘଟଣାରେ ଆହତ ହୋଇ ପଡିଥିବା ଦୁଇ ଜଣଙ୍କୁ ଡାକ୍ତରଖାନାକୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରି ହେଉ | ବୋଧ ହୁଏ ହୃଦୟରୁ ରାଜନୀତି କରୁଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ୟୁଏସପି ଓ  ତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାର ରାଜ |   

          ବେଶ କିଛି ସମୟ ଧରି ଲୋକଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିବା ପରେ ମନ୍ତ୍ରୀ ଗାଡି ନେଇ ବାହାରି ଯାଇଥିଲେ | ହଠାତ  ବରଗଡ଼ ସ୍ଥିତ ଆହାର କେନ୍ଦ୍ରକୁ ହଠାତ ପହଂଚି  ଗଲେ ମନ୍ତ୍ରୀ ସୁଶାନ୍ତ ସିଂ । ସିଧା ଓଲ୍ହାଇ ପଶି ଯାଇଥିଲେ ଆହାର କେନ୍ଦ୍ରର କେନ୍ଦ୍ର ର ଭଣ୍ଡାର ଘରକୁ | ମନ୍ତ୍ରୀ ଶ୍ରୀ ସିଂଙ୍କୁ ଦେଖି କର୍ମଚାରୀ ମାନେ ସାମାନ୍ୟ ଇତସ୍ତତଃ ହୋଇପଡିଥିଲେ | ମନ୍ତ୍ରୀ କାହାକୁ କିଛି ନପଚାରି ଭଣ୍ଡାର ଘରେ ରଖାଯାଇଥିବା  ବିଭିନ୍ନ ଖାଦ୍ୟ ସାମଗ୍ରୀ ତଥା ଆହାର କେନ୍ଦ୍ରର ସ୍ୱଚ୍ଛତ ଓ ପରିବେଶକୁ ଭଲ ଭାବରେ ନିରୀକ୍ଷଣ କରିଥିଲେ ।  ଯାଇକି ସେଠାରେ କାଉଣ୍ଟରରେ ୫ ଟଙ୍କା ଦେଇ ଟୋକନ ନେଲେ | ଟୋକନ ଦେଖାଇ ମନ୍ତ୍ରୀ ଶ୍ରୀ ସିଂ ଆହାର କେନ୍ଦ୍ରରେ ଭାତ ଡାଲମା ଆଣି  ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହ ଗୋଟେ ଟେବୁଲରେ ଖାଦ୍ୟ ଖାଇଥିଲେ | ଖାଇବା କେମିତି  ଅଛି ବୋଲି ପଚାରିଥିଲେ ସେଇ ବ୍ୟକ୍ତି ଜଣଙ୍କୁ । ଖାଇବା ମାନ ଓ ପରିମାଣ ଠିକ ଅଛି ବୋଲି କହିଥିଲେ ଭିନ୍ନକ୍ଷମ ବ୍ୟକ୍ତି ଜଣକ | ସେ ସ୍ଥାନ ଛାଡିବା ପୂର୍ବରୁ ଖାଦ୍ୟର ମାନ, ପରିମାଣ ଓ ପରିବେଶର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ କେନ୍ଦ୍ରର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |

        

 

0
0
0
s2sdefault