ହେଡଲାଇନସ୍:

ବିଧାୟକ ବାଣ୍ଟିଲେ  ୩୩୦ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକପ୍ରଶାସକ- ଆଜି ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମ ଅନୁସ୍ଥିତ ହୋଇଯାଇଛି । ଏଥିରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିତାଧିକାରୀଙ୍କୁ ଭତା ଓ କାର୍ଯ୍ୟାଦେଶ ବଂଟନ କରିଥିଲେ  । ଅନ୍ୟତମ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାରି ଗୋଟି ପଂଚାୟତର ୨୭୩ ଜଣ ହିତାଧିକାରୀଙ୍କୁ ଭତା ଏବଂ ୩୩୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା  । ଏହି କାର୍ଯକ୍ରମରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଅଧିକାରୀ ଓ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ  ।

0
0
0
s2sdefault