ହେଡଲାଇନସ୍:

ସରକାର ବାହାଦୁର : ଏ ଗୁଡା କଣ ଆଖିକୁ ଭଲ ଲାଗୁଛି !!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଖଟିଆ  ଭରାରେ ବୁହା ହେଉଛନ୍ତି  ଗର୍ଭବତୀ ମହିଳା 

ଆଉ କେତେ ଯୁଗ ଲାଗିବ ଏମାନଙ୍କୁ ରାସ୍ତାଟେ ପାଇବା ପାଇଁ  

କଳାହାଣ୍ଡି/ Aditya Mohanty :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଠାରେ ପୁଣି ଷ୍ଟେ ଚର୍ ବୁହା ହେଲେ ଗର୍ଭବତୀ ମହିଳା ଲ ରାସ୍ତା ନଥିବାରୁ ଜଙ୍ଗଲୀ ରାସ୍ତା ଦେଇ ନାଳ ପାର କରି ପ୍ରସବ ପୀଡିତl ମହିଳା ଜଣଙ୍କୁ 12 କିଲୋମିଟର ବୁହାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତର ନେହେଲା ଗ୍ରାମରେ । ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳମାନଙ୍କରେ ଆଜିବି ସରକାର ବ୍ୟବସ୍ଥା ଠାରୁ ବହୁ ଦୂରରେ ରହିଛି ।  । ସୂଚନା ଅନୁସାରେ ଗତ 20 ତାରିଖରେ ନେହେଲାର ସାଇବନି ଗୌଡ଼ (23) ଙ୍କୁ ଜନନୀ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ହୋଇଚୂନ ଗୌଡ଼ (26) ଓ ଅନ୍ୟ ଗାଁ ଲୋକଙ୍କ ସହଯୋଗରେ ତାଙ୍କୁ ଷ୍ଟ୍ରେଚରରେ କାଣିଗୁମା ପର୍ଯ୍ୟନ୍ତ ବୋହିକି ନେଲେ ।  ସବୁ ବାଧାବିଘ୍ନକୁ ଖାତିର ନକରି ଗର୍ଭବତୀଙ୍କୁ 12 କିଲୋମିଟର ବୋହି ନେଇ କାଣିଗୁମା ପର୍ଯ୍ୟନ୍ତ ଅଣାଗଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଡାକ୍ତରଖାନା ଭର୍ତ୍ତି କରାଗଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାରାମ୍ବାର ଗାଁ ଲୋକେ ସମାନ ସମସ୍ୟା ଭୋଗୁ ଥିବାବେଳେ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ନେତା କାହିଁକି ଚୁପ ବସିଛନ୍ତି । ଆଜିବି ଉକ୍ତ ଦୁର୍ଗମ ଅଞ୍ଚଳ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।  ରାଜନେତା ଓ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ ରହିଥିବା ଯୋଗୁଁ ଲୋକମାନେ ହୋଇରାଣ ହେଉଥିବା ଦେଖିବାକୁ ମିଳୁଛି ।

0
0
0
s2sdefault