ହେଡଲାଇନସ୍:

ମନ୍ତ୍ରୀ ଅରୁଣଙ୍କ ଗ୍ରୀନ ସିଗ୍ନାଲ : ଜୋର କା ଝଟକା ଧୀରେ ସେ ଲଗା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଗସ୍ତର ଦିନକ ପରେ କ୍ୟାମ୍ପସ ସଫା 

ଭୁବନେଶ୍ବର: ବଡ ଟେନ୍ସନ ଥିଲେ ସେମାନେ | ସେମାନେ ଶୈଖିକ ପରିବେଶକୁ ପ୍ରଦୂଷିତ କରୁଥିଲେ | ବୈଧ ଛାତ୍ରଛାତ୍ରୀ ମାନେ ବି ଅନେକାଂଶରେ ହଇରାଣ ହେଉଥିଲେ | ଆଉ କ୍ୟାମ୍ପସ ଥିଲା ଆପାତତଃ ଭଗବାଣ୍ଟା ହୋଇ ସେମାନଙ୍କ କବ୍ଜାରେ | ପଟା ପାଉତି କଲା ପରି ରହି ଆସୁଥଲେ ଛାଁତ୍ରାବାସରେ | ଏମାନଙ୍କ ପ୍ରଭାବ ଏତେ ଅଧିକ ଥିଲା ଯେ କୁଳପତି ଆଉ କୁଳସଚିବ ଅବା ହଷ୍ଟେଲ ଅଧିକ୍ଷକ ଥିଲେ ଲାଚାର | ମୋଟାମୋଟି ନିର୍ବାଚନ ଗଣ୍ଡଗୋଳ, କ୍ୟାମ୍ପସରେ ଆନ୍ଦୋଳନ ରାଜନୀତି ଏମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା | ସେମାନଙ୍କୁ କାଢ଼ିବା ତା ଦୂର କଥା, ଆଣ୍ଟ କରି କହିବାକୁ ବି କାହାର ସାହସ ନଥିଲା | କେତେ ଭିସି କେତେ ରେଜିଷ୍ଟ୍ରାର ଆଉ କେତେ କୁଳପତି ଗଲେଣି, ଚାହିଁ ବି ସମସ୍ତେ ଅସହାୟତା ପ୍ରକାଶ କରିଛନ୍ତି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ | କାରଣ ଟିକେ ଟିକେ ପଦକ୍ଷେପ ନେବା କଥା ଚିନ୍ତା କରିବା ବେଳକୁ ସେମାନଙ୍କ ପଲିଟିକାଲ ଗଡ଼ଫାଡର ମାନେ ସେଥିରେ ବାଧକ ସାଜୁଥିଲେ | ପୂର୍ବର ଉଚ୍ଚ ଶିକ୍ଷାମନ୍ତ୍ରୀ ମାନେ ସେ ପ୍ରସଙ୍ଗରେ ମୁଣ୍ଡ ପୁରାଇ ନଥିଲେ |  ଆଉ ରାଜ୍ୟର ବହୁ ବୁଦ୍ଧିଜୀବୀ  ଅଣଛାତ୍ର ମାନଙ୍କ ଉପସ୍ଥିତି କ୍ୟାମ୍ପସକୁ ପ୍ରଦୂଷିତ କରୁଛି ବୋଲି କହି ଆସୁଥିଲେ | କ୍ୟାମ୍ପସର ପୂର୍ବ ଗୁରୁତ୍ୱ  ଫେରାଇ ଆଣିବା ପାଇଁ  ବିଭିନ୍ନ ସମୟରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଦାବି ହୋଇ ଆସିଥିଲା ଆଉ ସମସ୍ତେ ଅଣଛାତ୍ରଙ୍କୁ ହଟାଇବାରେ କର୍ତ୍ତୁପକ୍ଷଙ୍କ ବିଫଳତା ପଛରେ ପଲିଟିକାଲ ବସ ଆଉ ପଲିଟିକାଲ ଉଇଲକୁ ଦାୟୀ କରି ଆସୁଥିଲେ | ବର୍ତ୍ତମାନର କୁଳପତ ବି ବେଶ କିଛି ଦିନ ହେବ ଅଛନ୍ତି | ହେଲେ ଏବେ  ଏମିତି କଣ ଯାଦୁ ହେଲା ହେଲା କେଜାଣି ୨୧ ତାରିଖରେ କ୍ୟାମ୍ପସ ସଫା | ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଅଣଛାତ୍ର କ୍ଲିନ ଡ୍ରାଇଭରେ କ୍ୟାମ୍ପସରୁ ବିଦା ହୋଇଛନ୍ତି ଆଡା ଜମାଇ ବସିଥିବା ଅଣଛାତ୍ର | ବିଶ୍ୱ ବିଦ୍ୟାଳୟଙ୍କ ଏହି ପଦକ୍ଷେପରେ କ୍ଷତିଗ୍ରସ୍ତ ହୋଇଛନ୍ତି ସବୁ ଦଳର ଅଣଛାତ୍ର ନେତା | ସତ କହିବାକୁ ଗଲେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଣଛାତ୍ର ମାନେ |  ଆମେ ଆଉ କେଉଁ ଅନୁଷ୍ଠାନ କଥା କହୁନୁ, ଓଡ଼ିଶାର ଏକଦା ଗୌରବ ସାଜିଥିବା ତଥା ବହୁ ପ୍ରତିଭାକୁ ନିଜ ଗବେଷଣାଗାରରେ ତିଆରି କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ  କଥା କହୁଛୁ | ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଏପରି ପଦକ୍ଷେପକୁ ବହୁ ଶିକ୍ଷାବିତ ଓ ବହୁ ପୁରାତନ ଛାତ୍ର ପ୍ରଶଂସା କରିଥିବା ବେଳେ କ୍ୟାମ୍ପସରୁ ବିଦା ହେଇଥିବା କଂଗ୍ରେସ, ବିଜେଡି ଆଉ ଏବିଭିପିର ଅଣଛାତ୍ରମାନେ କିନ୍ତୁ ଏବେ ରକ୍ତଚାଉଳ ଚୋବାଉଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଉପରେ | ଆଉ କ୍ୟାମ୍ପସରୁ ଅଣଛାତ୍ର ହଟାଇବାରେ ମୁଖ୍ୟ ଆଉ ନେପଥ୍ୟ ଭୂମିକା କୁଆଡେ ତାଙ୍କର ଅଛି ବୋଲି ସେମାନଙ୍କ ବିଶ୍ୱାସ | କାରଣ ମନ୍ତ୍ରୀ ଶ୍ରୀ ସାହୁ ଅବା ସରକାରଙ୍କ ସମର୍ଥନ ବିନା ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରୁ ସେମାନଙ୍କ ରାଜୁତି ଶେଷ କରିବା ସମ୍ଭବ ନଥିଲା ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରେ |  

ହେଲେ ଏମିତି କେମିତି ହେଲା | ଇଂଡକ୍ସନ କାର୍ଯ୍ୟକ୍ରମ ଆଳରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଲୟ ଗସ୍ତ, ବିଶ୍ୱବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ ଆଉ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଆଉ ଗସ୍ତର ମାତ୍ର ଦୁଇଦିନ ପରେ ଅଣଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ହଟାଇବା ଘଟଣାକୁ ଲିଙ୍କ କରି ଦେଖିଲେ ମନ୍ତ୍ରୀ ଡ଼ ସାହୁଙ୍କ ପ୍ରମୁଖ ଭୂମିକାକୁ ନଜର ଅନ୍ଦାଜ କରିହେବନି | ଆଉ ଏହା ସତ୍ୟ ଯେ ବିଶ୍ୱ ବିଦ୍ୟାଳୟରେ ଅନେକ ସମୟରେ ଅସ୍ଥିରତାର କାରଣ ପାଲଟୁଥିବା ଅଣଛାତ୍ରମାନଙ୍କୁ ହଟାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୀର୍ଘବର୍ଷ ପରେ ଯେଉଁ ଅତ୍ୟାବଶ୍ୟକ ପଦକ୍ଷେପ ନେଇଛନ୍ତ ତା ପଛରେ ମନ୍ତ୍ରୀ ଡ଼ ସାହୁଙ୍କ ସବୁଜ ସଂକେତ ବିନା ସମ୍ଭବ ନୁହେ ବୋଲି କିଛି ଅଣଛାତ୍ର ଅନୁଭବ କରିଛନ୍ତି | ସୂଚନାଯୋଗ୍ୟ ଯେ,  ୧୯ ତାରିଖରେ କ୍ୟାମ୍ପସ୍‌ ଭିତରେ ପିଜି ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଏକ ଇଣ୍ଡକ୍ସନ୍‌ କ୍ଲାସ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ବଜାୟ ରଖିବ‌ା‌, ଶାନ୍ତିଶୃଙ୍ଖଳା ରଖିବା, ପାଠପଢ଼ା ପ୍ରତି ମନୋନିବେଶ କରିବାକୁ ନୂତନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କ୍ୟାମ୍ପସର ବିକାଶ ଉପରେ ମନ୍ତ୍ରୀ ଶ୍ରୀ ସାହୁ ଓ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଆଗାମୀ ଦିନରେ ଏକ ବଡ଼ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପରୋକ୍ଷରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଗସ୍ତକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ଗସ୍ତକୁ ନେଇ ବିରୋଧୀ ଛାତ୍ର ସଙ୍ଗଠନ ରାଜନୀତି ବୋଲି କହି ଅଭିଯୋଗ କରଥିଲେ ଯେ କ୍ୟାମ୍ପସରେ ଛାତ୍ର ବିଜେଡିର ପତିଆରା କମୁଛି। ତେଣୁ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ମନ୍ତ୍ରୀ କ୍ୟାମ୍ପସକୁ ଗସ୍ତ କରି ନୂତନ ଛାତ୍ରଛାତ୍ରୀଙ୍କୁ ସଙ୍ଗଠନ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଛନ୍ତି । ଏହାଦ୍ବାରା ଶୈକ୍ଷିକ ବାତାବରଣ ସୃଷ୍ଟି ନୁହେଁ, ବରଂ ନଷ୍ଟ କରାଯାଇଛି ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ କରିଥିଲେ | ବିଜେଡି ସମର୍ଥିତ ଅଣଛାତ୍ରମାନରେ ମନ୍ତ୍ରୀଙ୍କ ପାଖେ ପାଖେ ଥିବା ବେଳେ ଏହା କେବଳ ନିର୍ବାଚନ ପାଇଁ ନିଜ ଦଳ ପକ୍ଷରେ ମନ୍ତ୍ରୀଙ୍କ ପ୍ରଚାର ବୋଲି ବିରୋଧୀ ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା |

ଏହା ଗଲା ୧୯ ତାରିଖରେ ବିରୋଧୀଙ୍କ ବୟାନ | ମନ୍ତ୍ରୀ ତାଙ୍କ ଭାଷଣରେ ଯେଉଁ କ୍ୟାମ୍ପସ ଶୃଙ୍ଖଳା କଥା କହି ଆସିଥିଲେ ତାହାର ଇମିଡିଏଟ ଇଫେକ୍ଟ ଦେଖିବାକୁ ମିଳିଲା ୨୧ ତାରିଖରେ | ମାନେ, ଜୋର ସା ଝଟକା ଧୀରେ ସେ ଲଗା |  କ୍ୟାମ୍ପସରୁ ହଟିଲେ ଅଣଛାତ୍ର | ଆଉ ମନ୍ତ୍ରୀଙ୍କ  ଚାରିପାଖେ ଯେଉଁ  ବିଜେଡି ପୁରୁଣା ଛାତ୍ର ବା ଅଣଛାତ୍ର ମାନେ ଘୁରି ବୁଲୁଥିଲେ ବୋଲି ବିରୋଧୀ ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ କରୁଥିଲେ, ଅଣଛାତ୍ର କ୍ଲିନ ଡ୍ରାଇଭରେ ସେମାନେ ବି ସଫା ହୋଇଗଲେ | ବହୁଦିନ ଧରି ବାଣୀବିହାରରେ ଆଡ୍ଡା ଜମାଇ ପରିବେଶ କୁ ଗୋଳିଆ କରୁଥିବା ସବୁ ଦଳର  ଛାତ୍ରନେତା (ଅଣଛାତ୍ର) ମାନେ ବିଦା ହେଲେ | ତେଣୁ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ସଭାପତି ଥିବା  ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ଗୋଟିଏ ଗ୍ରୀନ ସିଗ୍ନାଲ ରେ କ୍ୟାମ୍ପସ ସଫା ଆଉ ସମାଲୋଚନା କରୁଥିବା ବିରୋଧୀ ଛାତ୍ର ସଂଗଠନ ବି ଚୁପ | ଆଉ ମନ୍ତ୍ରୀଙ୍କ ଉପରେ କେବଳ ବିରୋଧି ଛାତ୍ର ସଂଗଠନର ଅଣଛାତ୍ର ନୁହନ୍ତି, ବିଜେଡି ସମର୍ଥିତ ଅଣଛାତ୍ର (ଯେଉଁମାନେ କି ବାଣୀବିହାର କ୍ୟାମ୍ପସରେ ରାଜ କରି ଆସୁଥିଲେ)ମାନେ ବି ଭୀଷଣ ଖପ୍ପା | 

ସେ ଯାହାବି ହେଉ ଏହି ପଦକ୍ଷେପକୁ ବିଶ୍ୱ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ସ୍ୱାଗତ କରିବା ସହ, ଏହା ଦ୍ୱାରା କ୍ୟାମ୍ପସର ସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିବା ବୋଲି ଆଶା ବ୍ୟକ୍ତ କରିଛନ୍ତି | 

0
0
0
s2sdefault