ହେଡଲାଇନସ୍:

 ଏଇ  ହେଡ଼ସାରେ ଗଢିବେ ପିଲାଙ୍କ ଭବିଷ୍ୟତ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଦ ପାଉଚ ନେଇ ସ୍କୁଲ ଗଲାବେଳେ ବିଦ୍ୟାଳୟ ପରିଚାଳନା କମିଟି ହାତରେ ଧାରା ପଡିଲେ ମଦୁଆ ପ୍ରଧାନଶିକ୍ଷକ 

(ଆଠମଲ୍ଲିକ ପ୍ରତିନିଧି ସନ୍ତୋଷ ମେହେରଙ୍କ ରିପୋର୍ଟ ): ମଦୁଆ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପରିଚାଳନା କମିଟି ହାତରେ  ଧରାପଡିଛନ୍ତି । ଏଭଳି  ଏକ ଚାଞ୍ଚଲ୍ୟକର ଘଟଣା ଏବେ ସାମ୍ନାକୁ ଆସିଛି ଜଣେ ପ୍ରଧାନ ଶିକ୍ଷକଙ୍କ ନାଁ ରେ | ଏହି ଘଟଣା ହେଉଛି  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତ୍ରପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୫୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ମୋଟ ୪ଜଣ ଶିକ୍ଷକ ନିଯୁକ୍ତି ଅଛନ୍ତି । ଦୁଃଖର କଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୀର୍ତ୍ତନ ପାତ୍ର ଗତକାଲି ଦିନ ୧୧.୨୦ ସମୟରେ ମଦ ପିଇବା ସହିତ ପକେଟରେ ମଦ ପାଉଚ, ଭାଙ୍ଗ ତଥା ଗୁଟୁଖା  ନେଇ ବିଦ୍ୟାଳୟକୁ ଯାଉଥିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର କିଛି ସଦସ୍ୟଙ୍କ ହାତରେ ଧରାପଡ଼ିଥିଲେ | କମିଟି ଲୋକଙ୍କ କହିବା ମୁତାବକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଏପରି ନିତିଦିନ ମଦ ପିଇ ସ୍କୁଲ କୁ ଆସୁଛନ୍ତି । ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ମଦପିଇ ଯିବାସହ ବିଳମ୍ବରେ ଗଲେ | ଯାହାକି ଗତକାଲି ବୁଧବାର ଥିବାରୁ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ ହୋଇଛି କିନ୍ତୁ ଅଣ୍ଡା ବଦଳରେ ପିଲାମାନଙ୍କୁ ଡାଲି ଖାଇବାକୁ ଦିଆଯାଇଥିବାର ଫୋଟ କଏଦ ହୋଇଛି । ସେହି ଘଟଣାକୁ ନେଇ ବିଦ୍ୟାଳୟର ଅନ୍ୟ ଶିକ୍ଷକ ପଚାରିବାରୁ ସେମାନେ କହିଛନ୍ତି ଯେ ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିଲେ ଯେହେତୁ ସେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାନ୍ତି ସେଥିପାଇଁ ଡାଲି ଖାଇବାକୁ ଦିଆହୋଇଛି । ଏଠି ପ୍ରଶ୍ନ ଉଠେ ଜଣେ ପ୍ରଧାନ ଶିକ୍ଷକ, ଯାହାଙ୍କ ମୁଣ୍ଡରେ ସ୍କୁଲ ର ଭାର, ପିଲାଙ୍କ ପାଠପଢା ସହିତ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଅଛି ସେ ଯଦି ମଦ ପିଇ ମାତାଲ ହୁଅନ୍ତି ତେବେ ଶିକ୍ଷା ବ୍ୟବସ୍ଥା କଣ ହେବ ? ଉପ‍ରିସ୍ଥ ଅଫିସର ଏ ସଂପର୍କରେ ଜାଣିଶୁଣି କାହିଁକି ଚୁପ ରହିଛନ୍ତି ? ଏମିତି ଶିକ୍ଷକ ହାତରେ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହେବନିତ ?ଏହିପରି ଘଟଣା ସାମ୍ନାକୁ ଆସିବା ପରେ ଗୁରୁ ଜାତିର କଳଙ୍କ,ଏପରି ବ୍ୟକ୍ତିଙ୍କୁ ତୁରନ୍ତ ବହିଷ୍କାର କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ସ୍କୁଲ ପରିଚାଳନା କମିଟିର ସଭାପତି ସରୋଜ କୁମାର ପାତ୍ର,ସଦସ୍ୟ ଭକ୍ତବନ୍ଧୁ ରଣା,ବିନୋଦ ନାଏକ,ଧର୍ମେନ୍ଦ୍ର ରଣା,ମହର୍ଗା ରଣା ଓ ଅନ୍ୟାନ୍ୟ ସଦସ୍ୟ ।

0
0
0
s2sdefault