ହେଡଲାଇନସ୍:

ଆତ୍ମବିଶ୍ୱାସ ନେଇ ଫେରିଲେ ଶିବିରାର୍ଥୀ : ସରିଲା  ୨୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  "ଉଡାନ-" ପ୍ରଥମ ସଂସ୍କରଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଗତ ୨୦ ଦିନ ଧରି ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା "ଉଡାନ" ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଉଦ୍ ଯାପିତ୍ ହୋଇଯାଇଛି ।

   ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା଼ ସ୍ଥିତ  ରିଜର୍ଭ  ପୋଲିସ କାର୍ଯ୍ୟାଳୟ  ପଡିଆ ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିଲା । ତାଲିମ-ପ୍ରାପ୍ତ ବଛା ବଛା ହାବିଲଦାର ଓ ପୋଲିସ ଅଧିକାରୀ ମାନେ  ବେକାର ଯୁବକ ଓ ଯୁବତୀ ମାନଙ୍କୁ ମୁଖ୍ୟତଃ ସାମରିକ ଓ ଅର୍ଦ୍ଧ-ସାମରିକ ବାହିନୀ ସମେତ ପାରା ମିଲିଟାରୀ ଫୋର୍ସ ଏବଂ ପୋଲିସ ବାହିନୀ ପ୍ରଭୃତିରେ ନିଯୁକ୍ତି ଓ ସାକ୍ଷାତକାର ପରୀକ୍ଷାର ସମ୍ମୁଖିନ ହେବା ପୁର୍ବରୁ ନିଜକୁ  କିଭଳି ପ୍ରସ୍ତୁତ ହେବେ ଏବଂ ତାର ସାମ୍ନା କରି ସଫଳ ହେବେ , ସେ ସମସ୍ତ ଉପରେ ପ୍ରାକ୍ଟିକାଲ ଓ ଥିଓରିକାଲ ପ୍ରଶିକ୍ଷଣ ସବୁ ଦେଇଥିଲେ ।

   ଏହି ପ୍ରଶିକ୍ଷଣ ପାଈଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୮୦୦ ରୁ ଅଧିକ ବେକାର ଯୁବକ ଯୁବତୀ ଆସି ସେମାନଙ୍କ ନାମ ପଞ୍ଜିକରଣ କରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ  ପୋଲିସ ଓ ମିଲିଟାରୀ ପାଈଁ ଉଚ୍ଚତା , ଓଜନ , ଛାତି ଓ ଶାରୀରିକ ଭାବେ ଫିଟ୍ ଥିଲେ କେବଳ ସେହି ମାନଙ୍କୁ ଅର୍ଥାତ ୨୯୦ ଜଣ ଯୁବକ ଯୁବତୀଙ୍କୁ ନିଆ ଯାଇଥିଲା ଓ ଅନ୍ୟ ମାନଙ୍କୁ ନିରାଶ କରା ନ ଯାଇ ଧନ୍ଦାମୂଳକ ଶିକ୍ଷାରେ ସୁଯୋଗ ଦିଆ ଯାଇଥିଲା ବୋଲି କୁହା ଯାଇଛି । ଆୟୋଜିତ ଉଦ୍ ଯାପନି ସଭା କାର୍ଯ୍ୟକ୍ରମରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ସାରା ଶର୍ମା ଙ୍କ ସମେତ ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାସ , ଏସଡିପିଓ -ଠାକୁର ପ୍ରସାଦ ପାତ୍ର , ପାରଳା ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ   ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ତାଲିମ ଅଧିକାରୀ ମାନେ ଯୋଗ ଦେଇ ପ୍ରଶିକ୍ଷାର୍ଥି ତଥା ବେକାର ଯୁବକ ଯୁବତୀ ମାନଙ୍କୁ ନେଇଥିବା ସମସ୍ତ ତାଲିମ ଗୁଡ଼ିକର  ଅଭ୍ୟାସ ଯାରିରଖିବା ସହ ଆବଶ୍ୟକ ସ୍ଥଳେ ସଦ-ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ଏବଂ ପ୍ରଶିକ୍ଷାର୍ଥି ମାନଙ୍କ ଭବିଷ୍ୟତ ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥି ମାନେ ମଧ୍ୟ ଗତ ୨୦ ଦିନ ଧରି ନେଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନୁଭୂତି ସମ୍ପର୍କରେ କହିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏସପି ସାରା ଶର୍ମା ପିଲାମାନଙ୍କୁ ପ୍ରମାଣ ପତ୍ର ଓ  ଶିକ୍ଷଣୀୟ ତଥା ଉପାଦେୟ ପୁସ୍ତକ ସମେତ ଅଭ୍ୟାସ ଜିନିଷ ସବୁ ବଣ୍ଟନ କରିଥିଲେ ।   ସମସ୍ତ କାର୍ଯ୍ୟକ୍ରମକୁ ଆରଆଇ:-ଡମ୍ବରୁ ଧର ହନାଗା ପରିଚାଳନା କରିଥିଲେ।

 "ଉଡାନ" କାର୍ଯ୍ୟକ୍ରମ ସମ୍ପର୍କରେ  ଏସପି: ସାରା ଶର୍ମା ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ପୋଲିସ ପକ୍ଷରୁ ଏହି "ଉଡାନ" ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବାର ପରିକଳ୍ପନା ପ୍ରାୟ ୨ ମାସ ଆଗରୁ ହୋଇଥିଲା । ତା ପାଇଁ ଆମେ ଅନେକ ଯୋଜନା କରିଥିଲୁ।  ସେଥିପାଇଁ ସେ ସମ୍ପର୍କରେ ଆମେ ଅନେକ ଥର ମିଟିଙ୍ଗ ମଧ୍ୟ କରିଥିଲୁ । ପରିଶେଷରେ ଏହି କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଆରମ୍ଭ  କରି ୨୦ ଦିନ ପାଇଁ  କରିବାକୁ ନିଷ୍ପତ୍ତି ନେଇ ଆରମ୍ଭ କରିଥିଲୁ । 

         ଅନ୍ୟ ପକ୍ଷରେ ଏହି ଉଡାନ ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଆରମ୍ଭ କରାଯିବା ୨ ମାସ ପୁର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ  ଜିଲ୍ଲା ବ୍ୟାପି  ସମସ୍ତ ଥାନା ଓ ସରପଞ୍ଚ ଓ ଅନ୍ୟ ଲୋକମାନଙ୍କ ଜରିଆରେ ଏ ସମ୍ପର୍କରେ ଖବର ଦେଇ ପ୍ରଚାର-ପ୍ରସାର କରା ଯାଇଥିଲା । ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆସିବା ପାଈଁ ଯେଉଁ ବେକାର ଯୁବକ ଯୁବତୀ ମାନେ ଯୋଗ୍ୟ ଅଛନ୍ତି  ଯେଉଁ ମାନେ କି ଦେଶର ସୁରକ୍ଷା ସେବା  ଓ ପୋଲିସ ବାହିନୀରେ ନିଯୁକ୍ତି ହେବା ପୁର୍ବରୁ ସେହି ସମ୍ବନ୍ଧୀୟ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି , ସେମାନେ ଆସନ୍ତୁ । ଆମେ ତାଙ୍କୁ ମାଗଣାରେ ତାଲିମ ଦେବୁ ।

       ପ୍ରଥମ ପର୍ଯ୍ୟାୟରେ ଆମେ ୨୯୦ ଜଣଙ୍କୁ  ତାଲିମ ଦେଲୁ । ତାଲିମ ନେଇଥିବା ଏହି ସମସ୍ତ ପିଲାମାନେ ହେଉଛନ୍ତି ପଛୁଆ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ମାନଙ୍କର ।ଯେଉଁ ମାନଙ୍କ ପାଖରେ କି ନିଯୁକ୍ତିର କୌଣସି ସୁଯୋଗ ନ ଥିଲା । ସେମାନେ ବେକାର  ବସିଥିଲେ ଏବଂ ସେମାନଙ୍କ ପାଖରେ ସୁଯୋଗ ଥିଲା ଯେ , ସେମାନେ ବେକାରର ସୁଯୋଗ ନେଇ ସେମାନେ ନକ୍ସଲ ହୋଇପାରନ୍ତି ନଚେତ ଆସାମାଜିକ କାର୍ଯ୍ୟରେ  ନିୟୋଜିତ ହୋଇ ପାରନ୍ତି । ଜିଲ୍ଲା ପୋଲିସ ଏହା ଚିନ୍ତା କରି ଏବଂ ସେମାନଙ୍କ ପାଈଁ କିଛି ମହତ କାର୍ଯ୍ୟ କରି କିଭଳି ସେମାନଙ୍କୁ  ସମାଜର ମୁଖ୍ୟ-ସ୍ରୋତରେ ଆଣିହେବ , ସେଥିପାଇଁ ଏହା ଗୋଟିଏ ପ୍ରୟାସ ଥିଲା ଏବଂ ସେମାନଙ୍କୁ ଏ ଦିଗରେ ନିଶ୍ଚିତ ମଧ୍ୟ କରିବାର ଥିଲା ଯେ , ସେହି ପିଲା ମାନଙ୍କୁ ଚାକିରି ମିଳୁ ଏବଂ ସେମାନେ କେଉଁଥିରେ ହେଲେ ମଧ୍ୟ ସ୍ଥାୟୀ ହୁଅନ୍ତୁ , ଯେମିତିକି ସେମାନଙ୍କ ସବୁ ଜେନେରେସନ ଆଗକୁ ସୁଧୁରି ଯାଉ ରହିବା ଅବସ୍ଥା ସହ ।  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧିକାଂଶ ଯୁବକ ଯୁବତୀ ଆଦିବାସୀ ଶ୍ରେଣୀର ।

   ଜିଲ୍ଲା ପୋଲିସ ପକ୍ଷରୁ ପୁଣି ଏହି "ଉଡାନ" ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ଵର ମାସରେ ଅନୁଷ୍ଠିତ ହେବ । ଆମକୁ  ରାଜ୍ୟ ସ୍କିଲ୍ ଡ଼େଭଲପମେଣ୍ଟ କମିଶନର ଏ ବାବଦରେ କିଛି ଟଙ୍କା ଦେବା ପାଈଁ ନିଶ୍ଚିତ କରିଛନ୍ତି ଏବଂ ଦେଇଛନ୍ତି ମଧ୍ୟ । ଏହା ବ୍ୟତିତ  ଆଇଟିଡିଏ: ସଂସ୍ଥା ମଧ୍ୟ ଆଦିବାସୀ ପିଲାମାନଙ୍କ ପାଇଁ କିଛି ଆର୍ଥିକ ସହାୟତା ପାଇବୁ ବୋଲି ଏସପି:-ସାରା ଶର୍ମା କହିଥିଲେ ।

0
0
0
s2sdefault