ରାୟଗଡା (ସରୋଜ ସାହୁ)– ରାୟଗଡା ରେଳ ଷ୍ଟେସନକୁ ଜିଭିଜନର ମାନ୍ୟତା ମିଳିବା ପରେ ଏହାର ପ୍ରାଥମିକ ପର୍ଯ୍ୟାୟର କାମ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ରେଳ ବିଭାଗ ତର‘ରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସଂଜୟ ମହାପାତ୍ରଙ୍କ ନୋଡାଲ ଅ‘ିସର ଭାବେ ରାୟଗଡା ଠାରେ ଅବସ୍ଥାପିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ରେଳ ଷ୍ଟେସନ ସମ୍ମୁଖରେ ଥିବା ଜବରଦଖଲକୁ ଉଛେଦ କରାଯାଇଛି । ରେଳ ଷ୍ଟେସନ ସମ୍ମୁଖରେ ଜବର ଦଖଲ କରି ଗଢି ଉଠିଥିବା ୯ ଗୋଟି ଦୋକାନରୁ ବର୍ତମାନ ୫ ଗୋଟି ଦୋକାନକୁ ଏଥି ନିମନ୍ତେ ରେଳ ବିଭାଗ ପକ୍ଷରୁ ଖାଲି କରିବା ସକାଶେ ନୋଟିସ ଦିଆଯାଇଥିଲା । ନୋଟିସର ଅବଧି ସରିବା ପରେ ଆଜି ମାଜିଷ୍ଟେ୍ରଟ ଭାବେ ରାୟଗଡା ଅତିରିକ୍ତ ତହସିଲଦାର ସୁନିଲ ଖରାଙ୍କୁ ଦାୟୀତ୍ୱ ଦେଇ ତାଙ୍କରି ଉପସ୍ଥିତିରେ ୫ଟି ଦୋକାନ ଘରକୁ ଜେସିବି ମେସିନ ସହାୟତାରେ ଭାଙ୍ଗି ଦିଆଯାଇଛି । ଏହି ସମ୍ପର୍କରେ ଉଛେଦ ହୋଇଥିବା ଦୋକାନିଙ୍କୁ ପଚରାଯିବାରୁ ସେମାନେ କହିଥିଲେ ଯେ, ବହୁ ବର୍ଷ ହେଲାଣି ଆମେ ରେଳ ବିଭାଗ ଠାରୁ ଲିଜ୍ ସୁତ୍ରରେ ନେଇ ଏଠାରେ ଦୋକାନ କରି ନିଜର ପରିବାର ଚଳାଇ ଆସୁଅଛୁ । ଏଥି ମଧ୍ୟରେ ଆମେ ଏହି ବିଷୟ ନେଇ ହାଇକୋର୍ଟରେ ମଧ୍ୟ ଅପିଲ କରିଥିଲୁ ହାଇକେର୍ଟ ଆମକୁ ତଳ କୋର୍ଟରେ କେସ ଦାଖଲ କରିବା ପାଇଁ କହିବାରୁ ଆମେ ତଳ କୋର୍ଟରେ ମଧ୍ୟ କେସ ଅପିଲ କରିଥିଲୁ । ଆମେ ବାରମ୍ବାର ରେଳ କତୃପକ୍ଷଙ୍କୁ କରିଥିବା ଦୋକାନର ଭଡା ଦେଉଥିଲେ ମଧ୍ୟ ରେଳ ବିଭାଗ ଆମଠାରୁ ଭଡା ନେଉନଥିଲେ । ଆମେ ବରମ୍ବାର ଏହି ବିଷୟ ନେଇ ସମସ୍ତଙ୍କ ଠାରେ ଗୁହାରି କରିଥିଲୁ କିନ୍ତୁ ଆମକୁ କୌଣସି ସୂଚନା ନ ଦେଇ ଆଜି ସକାଳେ ଆସି ଜବରଦସ୍ତ ଆମକୁ ଖାଲି କରି ଆମେ କରିଥିବା ଦେକାନ ଗୁଡିକୁ ଭାଙ୍ଗି ପକାଉଛନ୍ତି । ରେଳ ବିଭାଗ ଆମକୁ କୌଣସି ପ୍ରକାରର ଥଇଥାନ ନ କରି ଆମ ଉପରେ ଗୁଣ୍ଡାଗିରି କରି ଆମେ କରିଥିବା ଦୋକାନ ଗୁଡିକ ଭୋଙ୍ଗିବା ସହ ଆମ ପରିବାର କିପରି ଭାବେ ନିଜର ଜୀବିକା ନିର୍ବାହ କରିବୁ ବୋଲି ଦୋକାନି ମାନେ ଅଭିଯୋଗ କରିଥିଲେ । ମାଜିଷ୍ଟେ୍ରଟ ଦାଇତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏଠାରେ ବେଆଇନ ଭାବେ ଦୋକାନ ଗୁଡିକ କରାଯାଇଥିଲା ତେଣୁ ରେଳ ବିଭାଗର ଅଭିଯୋଗ କ୍ରମେ ରାୟଗଡା ଜିଲ୍ଲାଜଜ୍ଙ୍କ ନିଦେ୍ର୍ଧଶ ଅନୁଯାଇ ୫ଟି ଦୋକାନୀଙ୍କୁ ଗତ କାଲି ରାତିରେ ସେମାନଙ୍କୁ ନୋଟିସ ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ । ଆଜି ରେଳ ବିଭାଗର ଅଧିକାରୀ ଓ ପୋଲିସଙ୍କ ଉପସ୍ଥିତିରେ ସେହି ଦୋକାନ ଗୁଡିକ ଭଙ୍ଗାଯାଉଛି । ଏହି ବେଆଇନ ଦୋକାନ ଉଛେଦ ସମୟରେ ରେଳ ବିଭାଗର (ଏଇଏନ) ଶ୍ରୀନିବାସ ରାଓ , ରାୟଗଡା (ଏସଡିପିଓ) ତପନ ନାରାୟଣ ରଥ ଓ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ରେଳ ବିଭାଗ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।