ହେଡଲାଇନସ୍:

କୁନି ମନରେ ବନ୍ୟା ପ୍ରପୀଡ଼ିତଙ୍କ ଦୁର୍ଦ୍ଦଶା ଚିନ୍ତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୫୧ ଟଙ୍କା ପଠାଇଲେ କୁନି ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ : ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ସଂଗ୍ରହ କରାଯାଇଛି । ସଂଗୃହୀତ ୧୦୫୧ ଟଙ୍କା ରାଶିକୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନଲାଇନ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଠାଇ ଦିଆଯାଇଛି। ଏଥିସହ ଉକ୍ତ ସ୍କୁଲ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ସଞ୍ଜିବ ଚନ୍ଦନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ସ୍ମାରକପତ୍ର ପଠାଇଛନ୍ତି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ ସହାୟତା ଯୋଗାଇ ଦେବାକୁ ସ୍ମାରକପତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି 

ନିକଟ ଅତୀତରେ ବଲାଙ୍ଗୀର  ତଥା ଆଖପାଖ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ହୋଇଥିଲା ଯେଉଁଥିରେ  ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ | ପ୍ରଭାବିତଙ୍କୁ ମଧ୍ୟରେ ଅନେକ ଶିଶୁ ମଧ୍ୟ ପ୍ରଭାବିତ ହୋଇଥିଲେ.| ପୂର୍ବରୁ ଏଭଳି ବନ୍ୟା ହେଉନଥିବା ବେଳେ  ଅଚାନକ ବନ୍ୟାଜଳ ମାଡି ଆସିଥିବାରୁ ଲୋକ ନିରୁପାୟ ହୋଇଯାଇଥିଲେ | ବ୍ୟାପକ ଧନସମ୍ପତ୍ତି ନଷ୍ଟ ହୋଇଯାଇଥିଲା.ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ସଂଜୀବ ଚନ୍ଦନ ପତ୍ରରେ ଉଲ୍ଲେଖ କରିଥିବା ଅନୁସାରେ ଉକ୍ତ ଘଟଣା ପିଲାଙ୍କ ମନକୁ ଆଘାତ କରିଥିଲା | ପିଲାମାନେ ବିଭିନ୍ନ ଖବର କାଗଜ ତଥା ଟିଭି ଦେଖି ପ୍ରାର୍ଥନା ସଭାରେ ସମ୍ବାଦ ପଠନ ସମୟରେ ଉକ୍ତ ବିଷୟ ଆଲୋଚନା ହେବା ଦ୍ୱାରା ବିଦ୍ୟାଳୟ ମନ୍ତ୍ରୀମଣ୍ଡଳ ସଜ୍ଞାନ ନେଇ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ | ସେଥିରେ ଏହି ବିଷୟରେ ପୁଂଖାନୁପୁଙ୍ଖ ଆଲୋଚନା ହୋଇଥିଲା | ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପଠେଇବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା. ଅଦ୍ୟ ତା:21-8-2019 ଦିନ ପିଲାମାନେ ଏକ ଦାନବାକ୍ସରେ ଯଥାଶକ୍ତି ସହାୟତା ପ୍ରଦାନ କରିଥିଲେ.ପାଇକମାଳ ଥାନାକୁ ଯାଇ  ରକ୍ଷାବନ୍ଧନରେ ପୋଲିସ ଭାଇମାନଙ୍କ ଠାରୁ  ପାଇଥିବା ଉପହାର ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ସକାଶେ ମିନାମନ୍ତ୍ରୀ ସୀମା ପଟେଲ ସମେତ ଅନ୍ୟ ମନ୍ତ୍ରୀମନେ ନିଷ୍ପତ୍ତି ନେଇଥିଲେ|  ସଂଗୃହିତ ସମୁଦାୟ ଅର୍ଥରାଶିକୁ ଅନଲାଇନ ଜରିଆରେ ଶିକ୍ଷକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ |

     ଗତକାଲି ଟିଭିରେ ପ୍ରସାରିତ ଖବରକୁ ଦେଖି ବଲାଙ୍ଗୀର ଜିଲ୍ଲାରେ ରିଲିଫ ସାମଗ୍ରୀ ଠିକଭାବେ ପହଞ୍ଚୁନ ଥିବା ଖବର ଦେଖି ଛାତ୍ରଛାତ୍ରୀମାନେ ଦୁଃଖ ପ୍ରକାଶ କରିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ବିଷୟରେ ଅବଗତ କରେଇବା ପାଇଁ ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ସଂଜୀବ ଚନ୍ଦନଙ୍କୁ ଅନୁରୋଧ କରିଥିଲେ | ତେଣୁ ଶ୍ରୀ ଚନ୍ଦନ ଶୀଘ୍ର ବନ୍ୟାପୀଡିତଙ୍କୁ ତ୍ୱରିତ ରିଲିଫ ସାମଗ୍ରୀ ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ବିଦ୍ୟାଳୟର ଟ୍ୱିଟର ଆକାଉଣ୍ଟରୁ ପ୍ରେରଣ କରିଛନ୍ତି |

 

     ବାସ୍ତବିକ ଏହି କଁଅଳ ବୟସରେ ସମାଜ କଲ୍ୟାଣ ନିମନ୍ତେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମ ବେଶ ପ୍ରଶଂସନୀୟ | ଏମାନଙ୍କ ଠାରୁ ଅନେକ ଲୋକେ ପ୍ରେରଣା ପାଇବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି.|

 

 

0
0
0
s2sdefault