ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣମ୍ ମଣ୍ଡଳର ଫଟୋଗ୍ରାଫର ମାନଙ୍କ ପକ୍ଷରୁ ମିଳିତ ଭାବେ ହସୋଉଲ୍ଲାସରେ ଚଳିତ ଥର ୧୮୧ ତମ ବିଶ୍ବ ଛାୟା-ଚିତ୍ର ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଫଟୋଗ୍ରାଫର ମାନେ ଜିଲ୍ଲା ସଂଘ ସଭାପତି ବିଶ୍ୱନାଥ ମିଶ୍ରଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠ ରୋଗୀ ଆଶ୍ରମ ପରିସରରେ ବୃକ୍ଷ ରୋପଣ କରିବା ସହ ସଫେଇ କାର୍ଯ୍ୟ କରି ଶେଷରେ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ପରେ ଉଭୟ ସଂଘ ର ଶତାଧିକ ସଭ୍ୟ ପୁରୁଣାପଟନମ୍ ସହରରୁ ଏକ ବିରାଟ ବାଇକ ରାଲି ବାହାରି ପାରଳାଖେମୁଣ୍ଡି ଠାରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ।
ସନ୍ଧ୍ୟାରେ ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଥିବା ବିଶ୍ୱନାଥ ଫଙ୍କସନାଲ ହଲର ସମ୍ମିଳନୀ କକ୍ଷ ଠାରେ ସଂଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟତଃ ଫଟୋଗ୍ରାଫି ଓ ଫଟୋଗ୍ରାଫରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ସଭା କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ବିଶ୍ୱନାଥ ମିଶ୍ରଙ୍କ ସମେତ ସମ୍ପାଦକ ସୁଜିତ ପ୍ରଧାନ , କୋଷାଧ୍ୟକ୍ଷ ଶ୍ରୀନିବାସ ରେଡି , ଗିରି , ଡ଼ୀଲ୍ଲି , ପ୍ରମୁଖ ଗଜପତି ଜିଲ୍ଲା ଓ ପୁରୁଣାପାଟନମ୍ ମଣ୍ଡଳମ୍ ର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଷ୍ଟୁଡିଓ ଫଟୋଗ୍ରାଫର ଓ ଅନ୍ୟାନ୍ୟ ଫଟୋଗ୍ରାଫର ମାନେ ଯୋଗ ଦେଇଥିଲେ ।