ହେଡଲାଇନସ୍:

"ଅତୀତର ସ୍ରୋତ ଓ ଇତିହାସକୁ ଏକାଠି କରି ଇତିହାସ ମୂଳକୁ ବଦଳାଇବା ଭଳି ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ରାଜଗୁରୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମଶ୍ରୀ ଡ଼ଃ.ସତ୍ୟନାରାୟଣ ରାଜଗୁରୁଙ୍କ୧୧୭ତମ ଜୟନ୍ତୀ ପାଳିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ  ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ପଦ୍ମଶ୍ରୀ ଡ଼ଃ .ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ  ବିଶିଷ୍ଠ  ଐତିହାସିକ ଓ ଗବେଷକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୭ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଓଡିଶା ରାଜ୍ୟ ସଂଗ୍ରାହାଳୟର  ଅଧିକ୍ଷକ ଡ଼ଃ. ଜୟନ୍ତୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ .ସତ୍ୟ ନାରାୟଣ ରାଜଗୁରୁଙ୍କ ଜୀବନୀ ଓ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ପଦ୍ମଶ୍ରୀ ଡ଼ଃ ରାଜଗୁରୁ  ଏକାଧାରରେ ଯୁଗ-ପୁରୁଷ, ସତ୍ୟର ସାଧକ, ଗବେଷକ, ଐତିହାସିକ, ସାହିତ୍ୟିକ, ନାଟ୍ୟକାର ଓ ପ୍ରତ୍ନତତ୍ୱବିତ୍ ଥିଲେ ।

 କେତେକ ଜନ୍ମ ହୋଇଥାନ୍ତି  ଇତିହାସ ହେବାକୁ ତ ଆଉ କେତେକ ଜନ୍ମ ହୋଇଥାନ୍ତି  ଅତୀତର ସ୍ରୋତ ଓ ଇତିହାସକୁ ଏକାଠି କରି ଇତିହାସ ମୂଳକୁ   ବଦଳାଇବା ପାଈଁ । ଏହି ଦ୍ଵିତୀୟ ପର୍ଯ୍ୟାୟର ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ ଡ଼ଃ ରାଜଗୁରୁ । ସେ ଯଦି ଆମକୁ ଓଡ଼ିଆ , ତେଲେଗୁ ଓ ତାମିଲରେ ଲେଖାଯାଇଥିବା ଖୋଦନ ଶିଳାଲିପି ଗୁଡ଼ିକରେ କଣ ସବୁ ଲେଖାହୋଇଛି , ଆମକୁ ଯଦି ଜଣାଇ ନ ଥାନ୍ତେ ତା ହେଲେ ଆମେ ସେ ସମ୍ପର୍କରେ କିଛି ଜାଣି  ପାରିନଥାନ୍ତେ ବୋଲି କହିଥିଲେ ।

     ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ଼ଃ. କଲ୍ୟାଣୀ ମିଶ୍ର ଯୋଗଦେଇ  ଓଡିଶାର ମଠ ମନ୍ଦିରରେ ରହିଥିବା ଯେତେ ସବୁ ଖୋଦିତ ଶିଳାଲିପି ଗୁଡ଼ିକ ଥିଲା  ତାର ପୁନଃ ଉଦ୍ଧାର କରି   ଲୋକଲୋଚନକୁ ଆଣିବା ଦିଗରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ   ରାଜଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଥିଲା । ସେ ପ୍ରତ୍ୟେକ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଥିଲେ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ପାରିଥିଲେ ।ଯାହାକି ସମଗ୍ର ବିଶ୍ବ ଦରବାରରେ  ଏକ କ୍ରାନ୍ତି ସୃଷ୍ଟି କରି ପାରିଥିଲା ବୋଲି କହିଥିଲେ ।

    ଉପାନ୍ତ ପ୍ରହରୀ  ତଥା ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡିଶା ରାଜ୍ୟ ସ୍ବତନ୍ତ୍ର ଭାବେ ଯେଉଁ ଗଠନ ହେଲା ତାହା ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ବିନା ସହଯୋଗରେ  କେବେ ହେଲେ ଆଦୌ ସମ୍ଭବ ହୋଇ ପାରି ନ ଥାନ୍ତା  ।ରାଜଗୁରୁଙ୍କ ବିନା ଓଡିଶାର କେତେକ ସଂକ୍ଷିପ୍ତ ରାଜବଂଶର  ଇତିହାସ ଲୋକ ଲୋଚନକୁ  ଆଦୌ ଆସି ପାରି ନ ଥାନ୍ତା । ପଦ୍ମଶ୍ରୀ ଡ଼ଃ ରାଜଗୁରୁ ୮୫ ବର୍ଷ ବୟସରେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଗବେଷଣା ଆରମ୍ଭ କରିଥିଲେ । ଏମିତିକି ଜଗନ୍ନାଥ ମନ୍ଦିର ଉପରେ ଯେଉଁ ୫୦ ରୁ ଅଧିକ  ଖୋଦିତ ଶିଳା-ଲିପିର ଯେଉଁସବୁ ତତ୍ତ୍ଵ ବାହାରିଛି  ତାହା ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ଯୋଗୁହିଁ  ସମ୍ଭବ ହୋଇ ପାରିଛି ବୋଲି କହିଥିଲେ ।

 ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ-ଗୌରବ ଶିକ୍ଷାବିତ୍ ଗୌରଚନ୍ଦ୍ର ପଣ୍ଡା ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ  ଏକାଡେମୀର ଜିଲ୍ଲା-ପରିଷଦର ସଦସ୍ୟ ବଳରାମ ନାଗା ସମ୍ମାନିତ ଅତିଥି ଭାବେ ମଞ୍ଚସୀନ କରିଥିଲେ।   ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବଟକୃଷ୍ଣ ପାତ୍ର  ଯୋଗଦେଇ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । 

       ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ଜୟନ୍ତୀ ରଥଙ୍କୁ ଅନୁଷ୍ଠାନ ପକ୍ଷରୁ  ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୧୯ ପ୍ରଦାନ ପୂର୍ବକ ଉପଢୌକନ ଓ ମାନପତ୍ର ଦିଆ ଯାଇଥିଲା ।

     ଶେଷରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଡ଼ଃ .ରଥ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । 

   ଅନୁଷ୍ଠାନର ସଭ୍ୟ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ହିତୈଷିଣୀ ସମାଜର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମସ୍ତେ କାର୍ଯ୍ୟକ୍ରମ ବିଚିତ୍ରା ନନ୍ଦ ବେବର୍ତା ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚଳନା କରିଥିଲେ।

 

0
0
0
s2sdefault