ହେଡଲାଇନସ୍:

ଓଡ଼ିଆ ଯୁବକଙ୍କ ସଫଳତା : ଜାତୀୟ ଯୁବ ସମ୍ମାନରେ ସମ୍ମାନୀତ ହେଲେ ବାରିପଦାର ସୁବ୍ରତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶାର ଏକମାତ୍ର ଯୁବକ ଭାବେ ୨୦୧୬-୧୭ ବର୍ଷର ଜାତୀୟ ଯୁବ ପ୍ରତିଭା ନିମନ୍ତେ ମନୋନୀତ ହୋଇ ଅଗଷ୍ଟ ୧୨ରେ ନୂଆଦିଲ୍ଲୀଠାରେ ଆୟୋଜିତ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଜାତୀୟ ଯୁବ ସଚିବ ଉପମା ଚୌଧୁରୀ, ଜାତୀୟ ଯୁଗ୍ମ ସଚିବ ଅସିତ ସିଂ ଓ କିରଣ ସୋନୀ ଗୁପ୍ତା  ପ୍ରମୁଖ ଯାଗ ଦେଇ ଭାରତର ବିଭିନ୍ନ ରାଜ୍ୟର ୨୩ ଜଣ ଯୁବକଙ୍କୁ ଏକ ପଦକ, ପ୍ରମାଣପତ୍ର ଓ ନଗଦ ୫୦ ହଜାର ଟଙ୍କା ପ୍ରଦାନ ପୂର୍ବକ ରାଷ୍ଟ୍ରୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ କରିଥିଲେ । ପୁରସ୍କୃତ ହୋଇଥିବା ୨୩ ଜଣ ଯୁବକମାନେ ଜାତୀୟ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଉତ୍କର୍ଷତା ହାସଲ କରିଥିବାରୁ ସେମାନେ ଏହି ସମ୍ମାନର ଅଧିକାରୀ ହୋଇପାରିଥିଲେ । 

              ଓଡ଼ିଶାର ଏକମାତ୍ର  ଯୁବକ ଭାବେ  ୨୦୧୬-୧୭ ନିମନ୍ତେ ଯୁବ ପ୍ରତିଭା ସମ୍ମାନ ପ୍ରାପ୍ତ ହୋଇଥିବା ସୁବ୍ରତ ଦାସ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ତଖତପୁରସ୍ଥିତ ତଥା ପୁଲିସ ବିଭାଗର କୁଖ୍ୟ କିରାଣୀ ଦିଲ୍ଲୀପ କୁମାର ଦାସ ଓ ଭାରତୀ ଦାସଙ୍କ ପ୍ରଥମ ପୁତ୍ର ଅଟନ୍ତି । ତୁଳସୀ ଦୁଇପତ୍ରରୁ ବାସିବା ଭଳି ସୁବ୍ରତଙ୍କର ପିଲା ଦିନରୁ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରିବା ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ , ସମର ଶିକ୍ଷାର୍ଥୀ ବାହିନୀ ଆଦିରେ ଯୋଗ ଦେଇ ନିଜର ସମାଜ ସେବା କ୍ଷେତ୍ରରେ ରହିଥିବା ଦକ୍ଷତାକୁ ପ୍ରମାଣିତ କରାଇଥିଲେ । ଏହାପରେ ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଜାତୀୟ ସେବା ଯୋଜନା, ଆନ୍ତର୍ଜାତୀୟ ରେଡ଼କ୍ରସ ସଙ୍ଗଠନ ଆଦି ସହ ନିବିଡ଼ ଭାବେ ଜଡ଼ିତ ହୋଇଥିଲେ । ଜାତୀୟ ସେବା ଯୋଜନାରେ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନି ଥର ସର୍ବଶ୍ରେଷ୍ଠ  ସ୍ୱେଚ୍ଛାସେବୀ ଭାବେ ପୁରସ୍କୃତ ହୋଇ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରାଇଥିଲେ । ଶ୍ରୀଦାସ ୨୦୦୩ରୁ ନିଜକୁ ସମାଜ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ କରାଇ ଆସୁଛନ୍ତି । ସମାଜ ସେବା କ୍ଷେତ୍ରରେ ରହିଥିବା ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଫଳରେ ସେ ଆଜି ସର୍ବଭାରତୀୟ ସ୍ତରରେ ୯୦ ଜଣ ଯୁବ ପ୍ରତିଭା ଓ ୩ଟି ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଯୁବ ପ୍ରତିଭା ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ତଥା ବାରିପଦା ସହରରେ ଆନନ୍ଦର ଲହରୀ ସୃଷ୍ଟି ହୋଇଛି । ବିଭିନ୍ନ ମହଲରୁ ଶ୍ରୀଦାସଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ରିଜର୍ଭ ପୁଲିସ ପଡ଼ିଆରେ ପାଳିତ ହୋଇଥିବା ୭୩ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିୟନୁ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ମଧ୍ୟ ଶ୍ରୀଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । 

 

0
0
0
s2sdefault