ହେଡଲାଇନସ୍:

୧୫ ଦଫା ଦାବି ପୂରଣ ନିମନ୍ତେ ବିଦ୍ୟୁତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ପାୱାର ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ବିଦୁ୍ୟତ୍ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ଅଧିକ ତ୍ୱରାନ୍ୱିତ କରାଇବା ଉଦେ୍ଧଶ୍ୟରେ ସଙ୍ଘର ବରିଷ୍ଠ  କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।  ବାରିପଦା ବିଦ୍ୟୁତ ଡ଼ିଭିଜନ ଅଧୀନରେ କାର୍ଯ୍ୟକରୁଥିବା ବସମସ୍ତ ସେକ୍ଟରଗୁଡ଼ିକରେ କୁଶଳୀ ଓ ଅଣକୁଶଳୀ କର୍ମଚାରୀମାନଙ୍କର ଘୋର ଅଭାବ ଦେଖାଦେଇଛି । ଫଳରେ ବିଦ୍ୟୁତ ଉପଭୁକ୍ତାମାନଙ୍କୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଅହେତୁକ ସମସ୍ୟା ସୃଷ୍ଟି ହେବା ସହ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ରହିଥିବା କାରଣରୁ କାର୍ଯ୍ୟରତ କର୍ମଚାରୀମାନଙ୍କ ଉପରେ ୱାର୍କଲୋଡ଼ ଲଦି ଦିଆଯାଉଛି । ଯାହା ସେମାନଙ୍କ ମାନସିକ ସନ୍ତୋଳନକୁ ବିଗାଡ଼ି ଦେଉଛି । ଭୋକ ଉପବାସ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦିନରାତି କାର୍ଯ୍ୟ କରିବା ନିମନ୍ତେ ବାଧ୍ୟବାଧକତା କରାଯାଇଆସୁଛି । ସେମାନେ ବିଭାଗୀୟ ପଦାଧିକାରୀ, ଅଧିକାରୀମାନଙ୍କ ଦ୍ୱାରା ଏକ ପ୍ରକାରର ଶୋଷଣର ଶିକାର ପାଲଟିଯାଇଛନ୍ତି । ବାରିପଦା ଡ଼ିଭିଜନ ଅନ୍ତର୍ଗତ ସମସ୍ତ ୩୩/୧୧ କେଭି ସବଷ୍ଟେସନର ଭିସିବିଗୁଡ଼ିକର ନବିକରଣ ଏକାନ୍ତ ଆବଶ୍ୟକତା ଦେଖାଦେଇଥିବା ସ୍ଥଳେ ନିର୍ବାହୀ ଯନ୍ତ୍ରୀଙ୍କ ଉଦାସୀନତା କାରଣରୁ ବିଦ୍ୟୁତ ସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଉପଭୁକ୍ତାମାନଙ୍କୁ ହଇରାଣ ହରକତ ହେବାକୁପଡ଼ୁଛି ।  ଏଥି ସହିତ ଡ଼ିଭିଜନ କାର୍ଯ୍ୟାଳୟରେ କିରାଣୀର ମଧ୍ୟ ଅଭାବ ରହିଛି । ଫଳରେ ବିଦ୍ୟୁତ କର୍ମଚାରୀମାନଙ୍କର ଦରମା, ପେନସନ ସହ ବିଭିନ୍ନ ପ୍ରାପ୍ୟ, ଆନୁସଙ୍ଗିକ ଭତ୍ତା ପାଇବା କ୍ଷେତ୍ରରେ ଅହେତୁକ ବିଳମ୍ବ ହେଉଥିବାରୁ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେହିପରି ଏଜେନ୍ସୀ ମାଧ୍ୟମରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନଙ୍କୁ ମାସ ମାସ ଧରି ଦରମା, ଇପିଏଫ, ଇଏସଆଇ ସହ ମରାମତି ଓ ସୁରକ୍ଷା ସରଞ୍ଜାମ ଆଦି ମିଳିନପାରିବା କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କର ସୁରକ୍ଷା ବିପନ୍ନ ହେବା ସାଙ୍ଗକୁ ପରିବାରର ପ୍ରତିପୋଷଣରେ ପ୍ରତିବନ୍ଧକ ସାଜିଛି । ଠିକା ଏଜେନ୍ସୀ ଓ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ମଧ୍ୟରେ ଗଡ଼ିଉଠିଥିବା ମଧୁଚନ୍ଦ୍ରିକା ଠିକା କର୍ମଚାରୀମାନଙ୍କ ଦୁଃଖ ଦୁର୍ଦ୍ଧଶାକୁ ଦ୍ୱିଗୁଣିତ କରାଇ ଦେଇଛି । ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ ଭଗ୍ନ ଓ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନଙ୍କୁ ଜୀବନକୁ ବାଜିରେ ଲଗାଇ କାର୍ଯ୍ୟକରିବାକୁ ବାଧ୍ୟ କରାଯାଉଛି । ୩୩/୧୧ କେଭି ଷ୍ଟ୍ରକଚରଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ଓ ଶୌଚାଳୟର ବ୍ୟବସ୍ଥା ନଥିବାରୁ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଏହି ପରି ମୋଟ ୧୫ ଦଫା ଦାବିକୁ ନେଇ ବିଦ୍ୟୁତ ବିଭାଗର ବାରିପଦା ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ସଙ୍ଘ ପକ୍ଷରୁ ଉକ୍ତ ଦାବିଗୁଡ଼ିକ ଅବିଳମ୍ବେ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ଚରମ ଚେତାବନୀ ଦେଇଥିବାର ଜଣାପଡ଼ିଛି । ପାୱାର ଏମ୍ପେ୍ଲାଇଜ ୟୁନିଅନର ସହସମ୍ପାଦକ ଜ୍ୟୋତିକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଯୁଗ୍ମସମ୍ପାଦକ କରୁଣାକର ପତି ଓ ମାନସ ରଞ୍ଜନ ଶୁକ୍ଳା, ଡ଼ିଭିଜନାଲ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ଦେବାଶିଷ ବେହେରା, ଜ୍ଞାନରଞ୍ଜନ ପରିଡ଼ା, ମନୋଜ କୁମାର କଲିଆ , ଚନ୍ଦନ ଜେନା, ଦିନେଶ ଗୁପ୍ତା, କୃଷ୍ଣପଦ ମହାନ୍ତ, ସଞ୍ଜୟ ଘୋଷ, ହରେକୃଷ୍ଣ ମହାନ୍ତ, ପ୍ରମୋଦ ପାତ୍ର, କରୁଣାକର ମହାନ୍ତ, ପାର୍ଥସାରଥୀ ଦାସ, ପ୍ରଦୀପ ନାଥ, ପ୍ରଶାନ୍ତ ସାହୁ, ଜ୍ୟୋତି ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault