ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ନୂଆପଡା ଘରୋଇ ବସ ମାଲିକ ସଂଘ ସଭାଗୃହରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆସନ୍ତା ପାର୍ବଣୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଦୁର୍ଗାପୂଜାକୁ କିପରି ବହୁ ଆଡମ୍ବର ସହକାରେ ପାଳନ କରାଯିବ ସେଥି ନିମନ୍ତେ କମିଟିର ସଭାପତି ଶ୍ରୀ ବସନ୍ତ ସିଂ ଠାକୁର ଙ୍କ ଅଧ୍ୟକ୍ଷତାରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବସ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ପତି, ସାରଳା ସଙ୍ଗୀତ ଅନୁଷ୍ଠାନ ସମ୍ପାଦକ ଶଙ୍କର୍ଷଣ ପୁରୋହିତ, କଦମ ସ୍ୱେଛାସେବି ଅନୁଷ୍ଠାନ ର ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର, ଭାଜପା ନଗର ମଣ୍ଡଳର ସଭାପତି ପ୍ରଦୀପ କୁମାର ମାହାପାତ୍ର, ପୂର୍ବତନ ଏନଏସି କାଉନସିଲର ସରିତା ସିଂ, ପପ୍ପୁ ସ୍ୱାଇଁ, ଲୋକନାଥ ରଥ, ଅଭିନନ୍ଦନ ପଣ୍ଡା, ଆଭାସ ପାଢୀ, ଉଜ୍ଜଳ କୁମାର ତିବାରୀ, ମଳୟ ରଞନ ମଣ୍ଡଳ, ଦିପକ କୁମାର ମିଶ୍ର, ରିଣ୍ଟୁ ପୁରୋହିତ, ଚୁରନଲାଲ ସାହୁ, ନିଖିଲ ସିଂ, ଆଦି ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରିଥିଲେ । ଆସନ୍ତା ଅକ୍ଟୋବର ୩ ତାରିଖରୁ ପୂଜା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।
ରାଜ୍ୟ
ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ
- Hits: 497